ବିଧାନସଭାରେ ସନାଙ୍କୁ ତେରଛା ବାଣ ମାରିଲେ ନବୀନ ପଟ୍ଟନାୟକ

0

ଭୁବନେଶ୍ୱର (ଆମ ଟିଭି): ଗୁରୁବାର ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେଉଥିଲା ବେଳେ ଆରମ୍ଭରୁ ସକ୍ରିୟ ହୋଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବିଧାନସଭା ଗୃହରେ ପ୍ରବେଶ ସମୟରେ କେନ୍ଦୁଝର ଜିଲାର ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ତେରେଛା ବାଣ ମାରିଛନ୍ତି ନବୀନ।

ନବୀନ ଗାଡ଼ିରୁ ଓହ୍ଲାଇବା ପରେ ଗୃହକୁ ପ୍ରବେଶ କରିବା ସମୟରେ ବିଜେଡି ବିଧାୟକମାନେ ତାଙ୍କୁ ଅଭିବାଦନ ଜଣାଇଥିଲେ। ଏହି ସମୟରେ ନବୀନ ସନାତନଙ୍କୁ ଦେଖି ଅଟକି ଯାଇଥିଲେ ଏବଂ ଗତ କାଲି ବିଜେଡି ବିଧାୟକ ଦଳ ବୈଠକକୁ କାହିଁକି ଆସି ନଥିଲେ ପ୍ରଶ୍ନ କରିଥିଲେ। ଉତ୍ତରରେ ସନା ମହାକୁଡ଼ ଅସୁସ୍ଥତା କାରଣ ଦର୍ଶାଇଥିଲା ବେଳେ ପ୍ରତିଜଵାବରେ ଭାଜପା ଆଡ଼କୁ ଯାଉଛନ୍ତି କି କହି ତେରଛା ବାଣ ମାରିଥିଲେ ନବୀନ।

Leave A Reply

Your email address will not be published.