ପୁଣି ନିର୍ଦ୍ବନ୍ଦରେ ଜିତିଲେ ନବୀନ ପଟ୍ଟନାୟକ, ଘୋଷଣା କଲେ ନିର୍ବାଚନ ଅଧିକାରୀ

0

ଭୁବନେଶ୍ବର (ଆମ ଟିଭି): ପୁଣି ଥରେ ନିର୍ଦ୍ବନ୍ଦରେ ଜିତିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଆଜି ଏହି ଘୋଷଣା କରିଛନ୍ତି ଦଳର ନିର୍ବାଚନ ଅଧିକାରୀ ପ୍ରତାପ ଦେବ। ବିଜେଡିର ବସିଥିବା ରାଜ୍ୟ ପରିଷଦ ବୈଠକରେ ଏହି ଘୋଷଣା କରାଯାଇଛି। ଏଥିରେ କୁହାଯାଇଛି ଯେ, ନବୀନ ପଟ୍ଟନାୟକ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ। ସେଥିପାଇଁ ସେ ନବମ ଥର ପାଇଁ ବିଜେଡିର ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି।

ଏହି ଘୋଷଣା ପରେ ନବୀନ ପଟ୍ଟନାୟକଙ୍କୁ ଶଙ୍ଖ ଭବନରେ ଦଳୀୟ ନେତାମାନେ ସ୍ବାଗତ କରିବାରେ ଲାଗିଛନ୍ତି। ଖଣ୍ଡୁଆପାଟ ଦେଇ ତାଙ୍କୁ ଅଭିନନ୍ଦନ କରାଯାଇଛି। ଏହାକୁ ନେଇ କର୍ମୀ ମହଲରେ ଖୁସିର ମାହଲ ତିଆରି ହୋଇଛି। ବିଜେଡି ପୁଣି ଥରେ ସକ୍ରିୟ ହେବ ବୋଲି ଦଳୀୟ ନେତାମାନେ ଆଶା ରଖିଛନ୍ତି।

Leave A Reply

Your email address will not be published.