ଦୁର୍ଗାପୂଜା ଉପଲକ୍ଷେ ଶୁଭେଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

0

ଭୁବନେଶ୍ୱର (ଆମ ଟିଭି): ଆଜି ହେଉଛି ମା ଙ୍କ ମହାଷ୍ଟମୀ ପୂଜା। ଧରାବତରଣ କରିଛନ୍ତି ଜଗତଜନନୀ ମାଆ ମହିଷାମର୍ଦ୍ଦିନୀ । ସାରା ରାଜ୍ୟରେ ଧୂମଧାମରେ ପାଳନ କରାଯାଉଛି ମାଆଙ୍କ ପୂଜା ଆରାଧନା । ଦୁଇବର୍ଷର କରୋନା କଟକଣା ପରେ ଏ ବର୍ଷ ରାଜ୍ୟବାସୀ ଦଶହରାକୁ ବୁଲାବୁଲିର ମଜା ନେଉଛନ୍ତି ।

ତେବେ ଏହି ଅବସରରେ ଦୁର୍ଗାପୂଜା ପାଇଁ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି ପବିତ୍ର ଦୁର୍ଗାପୂଜା ଅବସରରେ ସମସ୍ତଙ୍କୁ ମୋର ଶାରଦୀୟ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି । ମା’ଙ୍କ କରୁଣାରୁ ସମସ୍ତଙ୍କ ଜୀବନ ସୁଖ ଓ ସମୃଦ୍ଧିରେ ଭରିଯାଉ । ସବୁ ପୂଜା ମଣ୍ଡପରେ ବହୁ ଧୁମ୍ ଧାମରେ ମାଙ୍କୁ ପୂଜା କରାଯାଉଛି।

Leave A Reply

Your email address will not be published.