ଦିଲ୍ଲୀରୁ ଫେରିଲେ ନବୀନ: ଯିବେ କଟକ

0

ଭୁବନେଶ୍ୱର (ଆମ ଟିଭି): ନୀତି ଆୟୋଗ ବୈଠକ ସାରି ଦିଲ୍ଲୀରୁ ଫେରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତକାଲି ବୈଠକରେ ଯୋଗଦେଇ ଓଡ଼ିଶାକୁ ଫଫୋକସ୍ ଷ୍ଟେଟ୍’ ମାନ୍ୟତା ପାଇଁ ପୁଣି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ବିକାଶର ବାଟ ଓଗାଳୁଛି ପ୍ରାକୃତିକ ବିପର୍ୟ୍ୟୟ । ପ୍ରତିବର୍ଷ ବନ୍ୟା ଓ ବାତ୍ୟା ଦୋହଲାଇ ଦେଉଛି ଓଡ଼ିଶାର ଆର୍ଥିକ ମେରୁଦଣ୍ଡ ।

ପ୍ରାକୃତିକ ବିପର୍ୟ୍ୟୟର ଦୀର୍ଘକାଳୀନ ମୁକାବିଲା ପାଇଁ ସ୍ବତନ୍ତ୍ର ପାଣ୍ଠି ପ୍ରଦାନ ଲାଗି ମଧ୍ୟ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରିଥିଲେ ନବୀନ ପଟ୍ଟନାୟକ । ରେଲୱେ, ବ୍ୟାଙ୍କିଙ୍ଗ୍ ଓ ଟେଲିକମ୍ କ୍ଷେତ୍ରରେ ଓଡ଼ିଶାକୁ ସ୍ବତନ୍ତ୍ର ଧ୍ୟାନ ଦେବା ପାଇଁ ସେ ଦାବି କରିଥିଲେ । ଏହା ସହ ମୁଖ୍ୟମନ୍ତ୍ରୀ ସ୍ବାଧୀନତାର ଅମୃତ ମହୋତ୍ସବ କମିଟି ବୈଠକରେ ଯୋଗଦେଇଥିଲେ । ସ୍ବାଧୀନତା ସଂଗ୍ରାମରେ ଓଡ଼ିଶାର ଅବଦାନ ବର୍ଣ୍ଣନା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀରୁ ଫେରି ସିଧାସଳଖ ନବୀନ ନିବାସ ଯାଇଛନ୍ତି ଓ ସେଠାରୁ ସେ ସିଧା କଟକ ଯିବେ । ପ୍ରତାତନ୍ତ୍ର ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ ।

Leave A Reply

Your email address will not be published.