ଭୁବନେଶ୍ୱର (ଆମ ଟିଭି): ବାଲେଶ୍ୱର ବାହାନଗାରେ ଟ୍ରେନ୍ ଦୁର୍ଘଟଣାକୁ ନେଇ ସାରା ଦେଶବାସୀ ଏବେ ଶୋକପ୍ରକାଶ କରୁଛନ୍ତି । ଏହାରି ଭିତରେ ଉଦ୍ଧାର କାର୍ଯ୍ୟକୁ ୩୬ ଘଣ୍ଟା ବିତିଗଲାଣି । ଆଜି ଏନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଫୋନରେ କଥା ହୋଇଛନ୍ତି ନବୀନ । ବାହାନଗାରେ ହୋଇଥିବା ଦୁର୍ଘଟଣାର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ମୋଦୀଙ୍କୁ ଅବଗତ କରାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ବିପଦ ସମୟରେ ଲୋକଙ୍କୁ ସହାୟତା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି ମୋଦୀ ।
ସୂଚନା ମୁତାବକ, ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣା ପରେ ଶହ ଶହ ମୃତ ଦେହ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଜି ସକାଳୁ ସକାଳୁ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲକୁ ୧୬୦ ମୃତଦେହ ଅଣାଯାଇଛି । ବାଲେଶ୍ୱର, କଟକ, ଭୁବନେଶ୍ୱରର ଅନେକ ମେଡିକାଲରେ ମୃତ ଦେହକୁ ରଖାଯାଇଥିବାରୁ ମୃତ ଦେହକୁ ଚିହ୍ନଟ ପାଇଁ ସମସ୍ୟା ସୃଷ୍ଟି ହେଉଛି । ସମ୍ପର୍କୀୟମାନେ ତାଙ୍କ ଲୋକଙ୍କୁ ଖୋଜି ପାଉନାହାନ୍ତି । ଯାହାକୁ ଦୃଷ୍ଟିରେ ରଖି ବଡ ପଦକ୍ଷେପ ନେଇଛି ବିଏମସି ।