ନବୀନ ଗଢିବେ ନୂଆ ଟିମ୍: ଜାଣନ୍ତୁ କାହାକୁ ମିଳିବ ମନ୍ତ୍ରୀପଦ?

0

ଭୁବନେଶ୍ୱର (ଆମ ଟିଭି): ୨୦୨୪ ନିର୍ବାଚନ ମୁଣ୍ଡ ଉପରେ । ଏହାକୁ ନେଇ ସବୁ ଦଳ ନିଜର ରଣନୀତି ପ୍ରସ୍ତୁତ କରିବାରେ ଲାଗିଲେଣି । ଏହାରି ଭିତରେ ବିଜେଡି ସରକାର ତାର ମନ୍ତ୍ରୀମଣ୍ଡଳ ଅଦଳବଦଳ କରିଛି । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଥିବା ସମୀର ରଞ୍ଜନ ଦାସ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି । ଏହାସହ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ବି ମନ୍ତ୍ରୀମଣ୍ଡଳରୁ ଇସ୍ଫଫା ଦେଇଛନ୍ତି । ଏହି ୨ଟି ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରମିଳା ମଲ୍ଲିକଙ୍ୁ ଦିଆଯାଇଛି । ତେବେ ବର୍ତ୍ତମାନ ସମୟରେ ଯାହା ଖବର ମିଳୁଛି ଖୁବଶୀଘ୍ର ରାଜ୍ୟ ମନ୍ତ୍ରୀମଣ୍ଡଳ ବଦଳିବ ।

ବାଚସ୍ପତି ଓ ଦୁଇ ମନ୍ତ୍ରୀଙ୍କ ଇସ୍ତଫା ପରେ ଚର୍ଚ୍ଚା ନବୀନଙ୍କ ଟିମରେ କାହାକୁ ମିଳିବ ସୁଯୋଗ ? ଗଞ୍ଜାମ ଓ ପଶ୍ଚିମ ଓଡ଼ିଶାରୁ ମନ୍ତ୍ରୀ ହେବା ଏକ ପ୍ରକାର ନିଶ୍ଚିତ । ନବ ଦାସଙ୍କ ମୃତ୍ୟୁ ପରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସ୍ୱାସ୍ଥ୍ୟ ମନ୍ତ୍ରୀ ଦାୟିତ୍ୱ ତୁଲାଉଛନ୍ତି । ମନ୍ତ୍ରିମଣ୍ଡଳ ଅଦଳବଦଳରେ କିଏ ହେବେ ସ୍ୱାସ୍ଥ୍ୟମନ୍ତ୍ରୀ ? ପଶ୍ଚିମ ଓଡ଼ିଶାରୁ କାହାକୁ ଜଣଙ୍କୁ ମିଳିପାରେ ଦାୟିତ୍ୱ । ଝାରସୁଗୁଡ଼ା ଲୋକସଭା କ୍ଷେତ୍ରରୁ ଜଣେ ବିଧାୟକ ମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.