ଆଜି ମୁମ୍ବାଇରେ ନିବେଶକଙ୍କ ସହ ଆଲୋଚନା କରିବେ ନବୀନ

0

ମୁମ୍ବାଇ (ଆମ ଟିଭି): ମେକ ଇନ ଓଡ଼ିଶା କାର୍ଯ୍ୟକ୍ରମକୁ ସଫଳ କରାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁମ୍ବାଇ ଗସ୍ତରେ ଅଛନ୍ତି । ରାଜ୍ୟରେ ପୁଞ୍ଜିନିବେଶ ପାଇଁ ଆଜି ମୁମ୍ବାଇରେ ନିବେଶକଙ୍କ ସହ ୱାନ ଟୁ ୱାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାର ଆର୍ଥିକ ବିକାଶ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ନିବେଶକଙ୍କୁ ବୁଝାଇବେ ନବୀନ। ରାଜ୍ୟର ବ୍ୟାଙ୍କିଙ୍ଗ୍, ରାସାୟନିକ ପଦାର୍ଥ, ଅକ୍ଷୟ ଶକ୍ତି, ପ୍ଲାଷ୍ଟିକ୍ ଓ ଖଣି ଆଦି କ୍ଷେତ୍ର ସହ ପରିଚିତ କରାଇବେ। ଦିନ ୧୧ଟାରୁ ସାଢ଼େ ଗୋଟାଏ ଯାଏ ଜଣ ଜଣ କରି ସମସ୍ତ ନିବେଶକଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହେବେ। ଏମାନଙ୍କ ମଧ୍ୟରେ ମହିନ୍ଦ୍ରା ଗ୍ରୁପର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା, ଆଦିତ୍ୟ ବିର୍ଲା ଗ୍ରୁପ ଅଧ୍ୟକ୍ଷ କୁମାର ମଙ୍ଗଳମ ବିର୍ଲା, ବେଦାନ୍ତ ସମ୍ବଳ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ ଓ ନୀଲକମଲ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ହିଟେନ ଭି. ପାରେଖଙ୍କ ପରି ଶିଳ୍ପପତି ଅଛନ୍ତି।

ଏହି ଅଢ଼େଇ ଘଣ୍ଟା ଭିତରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଦୀନେଶ କୁମାର ଖରା, ଏଚଡିଏଫସି ବ୍ୟାଙ୍କର ଭାରତ ମୁଖ୍ୟ ଅରବିନ୍ଦ ବୋହରା, ଆଇସିଆଇସିଆଇ ବ୍ୟାଙ୍କର କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ରାକେଶ ଝା, ଏସିଆନ୍ ପେଣ୍ଟସ୍ ଲିମିଟେଡ୍, ବମ୍ବେ ଷ୍ଟକ ଏକ୍ସଚେଞ୍ଜ, ଲାର୍ସନ୍ ଆଣ୍ଡ ଟୁବ୍ରୋ ଲିମିଟେଡ୍ ଓ ଏସଟିଟି ଜିଡିସି ଇଣ୍ଡିଆ ପିଭି ଲିମିଟେଡର ବରିଷ୍ଠ କାର୍ୟ୍ୟନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.