ନୂଆଦିଲ୍ଲୀ (ଆମ ଟିଭି): ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ନବୀନ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟିବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ଣ ସାଢେ ୪ଟାରେ ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତ ହେବ । ଦିଲ୍ଲୀରେ ପହଂଚିବା ପରେ ଏନେଇ ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ ବେଳେ ସେ ରାଜ୍ୟ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ଦାବି ଉପସ୍ଥାପନ କରିବେ ବୋଲି କହିଛନ୍ତି ।
ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ବିଧାନ ପରିଷଦ, ରେଲୱେ, କେନ୍ଦ୍ରୀୟ ଯୋଜନାରେ ଓଡ଼ିଶାକୁ ମିଳୁଥିବା ସହାୟତା ଉପରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ମଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀରେ ଓଡ଼ିଶାର କେନ୍ଦ୍ର ନିକଟରେ ପଡ଼ି ରହିଥିବା ବିଭିନ୍ନ ପ୍ରସ୍ତାବ ଓ ଦାବି ଗୁଡ଼ିକର ସମୀକ୍ଷା କରିବେ । ଏହା ସହ ଦିଲ୍ଲୀ ଗସ୍ତ ବେଳେ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବାର କାର୍ୟ୍ୟକ୍ରମ ରହିଛି । ଆସନ୍ତା ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ପୁଣି ଓଡ଼ିଶା ଫେରିବାର କାର୍ୟ୍ୟକ୍ରମ ରହିଛି । ସବୁଠୁ ବଡ କଥା ହେଉଛି ତୃତୀୟ ସାମୁଖ୍ୟ ପାଇଁ ଯୋଜନା କରୁଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନବୀନଙ୍କୁ ଭେଟିବା ପରେ ମୋଦୀଙ୍କୁ ଭେଟିବେ ନବୀନ ।