ଭୁବନେଶ୍ୱର (ଆମ ଟିଭି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା । ଏହି ଘୋଷଣା ହକି ବିଶ୍ୱକପକୁ ନେଇ । ବିଶ୍ୱକପ ଜିତିଲେ ପ୍ରତି ଖେଳାଳିଙ୍କୁ କୋଟିଏ ଟଙ୍କା ପ୍ରଦାନ ନେଇ ନବୀନ ଘୋଷଣା କରିଛନ୍ତି । ରାଜ୍ୟ ସରକାର ଖେଳାଳୀଙ୍କୁ ଏହି ଅର୍ଥ ପ୍ରଦାନ କରିବେ । ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଖେଳାଳୀଙ୍କୁ ଭେଟିବା ଅବସରରେ ନବୀନ ଏହି ଘୋଷଣା କରିଛନ୍ତି ।
ଆଗାମୀ ଜାନୁଆରୀ ୧୩ରୁ ୨୯ ଯାଏ ଭୁବନେଶ୍ୱର ଏବଂ ରାଉରକେଲାରେ ମିଳିତ ଭାବେ ବିଶ୍ୱକପ ଖେଳାଯିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ବିଭିନ୍ନ ଦେଶର ଖେଳାଳୀ ଭୁବନେଶ୍ୱରରେ ପହଞ୍ଚିବା ଆରମ୍ଭ କରିଛନ୍ତି ।