ଭୁବନେଶ୍ୱର (ଆମ ଟିଭି): ଦରଦାମ୍ ବୃଦ୍ଧି ପ୍ରତିବାଦରେ ବିଜେଡି ସୋମବାର ଆନ୍ଦୋଳନକୁ ଓହ୍ଲାଇଛି। ଏହି ଆନ୍ଦୋଳନରେ ନିଜେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଗକୁ ଆସି ଭାଜପାକୁ କଡ଼ା କଥା ଶୁଣାଇଛନ୍ତି। ନବୀନ କହିଛନ୍ତି, ଦରଦାମ୍ ବଢ଼ି ବଢ଼ି ଚାଲିଛି, କିନ୍ତୁ କୌଣସି ଆକ୍ସନ ନିଆଯାଉନାହିଁ। ଡାଲି, ତେଲ ପରି ସବୁ ଅତ୍ୟାବଶ୍ୟକ ଜିନିଷ ଦର ଆକାଶଛୁଆଁ ହୋଇଛି। ବଜାର ଉପରେ ସରକାରଙ୍କ ନିୟନ୍ତ୍ରଣ ନାହିଁ ବୋଲି ନବୀନ କହିଛନ୍ତି।
ଏଥିସହିତ ସେ କହିଛନ୍ତି, ଡବଲ ଇଞ୍ଜିନ ସରକାର ଲୋକଙ୍କ ଉପରେ ଡବଲ ମାଡ଼କରୁଛନ୍ତି। ଯାହାଦ୍ୱାରା ସାଧାରଣ ଲୋକଙ୍କ ପାଇଁ ବଞ୍ଚିବା କଷ୍ଟକର ହୋଇଗଲାଣି। ଅଦିନିଆ ବର୍ଷା ପାଇଁ ପ୍ରତିଦିନ ଚାଷୀ ଆତ୍ମହତ୍ୟା କରୁଛି। ସବୁ ଜିନିଷରେ ଜିଏସ୍ଟି। ଭାଜପା ଶାସନକୁ ୭ ମାସ ହୋଇଗଲା, କେବଳ ଲମ୍ବା ଲମ୍ବା ଭାଷଣ ଆମେ ଶୁଣୁଛୁ। କାମରେ କିଛି ନାହିଁ ବୋଲି କହିଛନ୍ତି ନବୀନ।