ନବୀନଙ୍କ ଅପରେସନ ସଫଳ, ଦୁଇଦିନ ପାଇଁ ଡାକ୍ତରଙ୍କ ତତ୍ବାବଧାନରେ ରହିବେ

0

ଭୁବନେଶ୍ବର (ଆମ ଟିଭି): ମୁମ୍ବାଇର କୋକିଳାବେନ ଧୀରୁଭାଇ ଆମ୍ବାନୀ ହସପିଟାଲରେ ସଫଳ ହୋଇଛି ନବୀନ ପଟ୍ଟନାୟକଙ୍କ ଅପରେସନ। ଆଜି ସକାଳୁ ତାଙ୍କୁ ଓଟିକୁ ନିଆଯାଇଥିଲା। ସେଠାରେ ଅପରସେନ ସରିବା ପରେ ବର୍ତ୍ତମାନ ଡାକ୍ତରଙ୍କ ଅବଜରଭେସନରେ ଅଛନ୍ତି। କିଛି ସମୟ ପରେ ସେ ବେଡକୁ ସ୍ଥାନାନ୍ତରିତ ହେବେ। ଏହାପରେ ସେ ପ୍ରାୟ ଦୁଇଦିନ ପାଇଁ ଡାକ୍ତରଖାନାରେ ଡାକ୍ତରଙ୍କ ତତ୍ବାବଧାନରେ ରହିବେ ବୋଲି ଜଣାପଡିଛି।

ଆଜି ଅପରେସନ ବେଳେ ତାଙ୍କ ପାଖରେ ତାଙ୍କର ବଡ ଭାଇ ପ୍ରେମ ପଟ୍ଟନାୟକ ଏବଂ ଭାଉଜ ଉପସ୍ଥିତ ଥିଲେ। ସେମାନେ ନବୀନଙ୍କ ଅପରସେନ ତଦାରଖ କରୁଥିଲେ। ସେହିପରି ନବୀନଙ୍କ ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡା ମଧ୍ୟ ଉପସ୍ଥିତ ରହି ସମସ୍ତ ବ୍ୟବସ୍ଥା କରିଥିଲେ।ସେ ପ୍ରାୟ ପାଞ୍ଚ ଦିନ ପରେ ଭୁବନେଶ୍ବର ଫେରିବେ ବୋଲି ଜଣାପଡିଛି।

Leave A Reply

Your email address will not be published.