ନୱାବ ମଲ୍ଲିକଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଆଶ୍ୱସ୍ତି

0

ନୂଆଦିଲ୍ଲୀ (ଆମ ଟିଭି): ନୱାବ ମଲ୍ଲିକଙ୍କୁ ମିଳିଲା ଆଶ୍ୱସ୍ତି । ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ତଥା ମହାରାଷ୍ଟ୍ର ସରକାରର ପୂର୍ବତନ ମନ୍ତ୍ରୀ ନଓ୍ବାବ ମଲିକଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ନଓ୍ବାବଙ୍କୁ ସୋମବାର ୫୦ ହଜାର ମୁଚଲିକା ସହିତ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଏହା ବ୍ୟତିତ ତାଙ୍କ ପାସପୋର୍ଟକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ଦାଖଲ କରିବାକୁ କହିଛନ୍ତି।

ମୁମ୍ବାଇର ଇଡି କୋର୍ଟରେ ଦାଖଲ ହୋଇଥିବା ସୁପ୍ରିମକୋର୍ଟଙ୍କଠାରୁ ମିଳିଥିବା ଜାମିନର ନକଲରେ କୁହାଯାଇଛି ଯେ, ନଓ୍ବାବ ମଲିକଙ୍କୁ କିଛି ସର୍ତ୍ତ ସହିତ ଜାମିନ ପ୍ରଦାନ କରାଯାଇଛି। ଏଥିସହିତ ଏହା ମଧ୍ୟ କୁହାଯାଇଛି, ନଓ୍ବାବ ମଲିକ ଯେତେ ପର୍ୟ୍ୟନ୍ତ ଜାମିନରେ ବାହାରେ ରହିବେ ସେପର୍ୟ୍ୟନ୍ତ ସେ ଗଣମାଧ୍ୟମ ସହ କଥାବାର୍ତ୍ତା କରିବେନାହିଁ। ଘର ଠିକଣା ଏବଂ ମୋବାଇଲ ନମ୍ବର ସହିତ ସମସ୍ତ ବିବରଣୀ ଇଡିକୁ ଦେବାକୁ ପଡିବ।

Leave A Reply

Your email address will not be published.