ନବାବ ମାଲିକଙ୍କ ପୁଅ ଏବେ ଅଡ଼ୁଆରେ ହୋଇପାରନ୍ତି ଗିରଫ

0

ମୁମ୍ବାଇ: ବାପା ପରେ ଏବେ ପୁଅ ପାଇଁ ବଢ଼ିଲା ଅଡୁଆ। ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ନବାବ ମଲିିକଙ୍କ ଅଡୁଆ ଥମିବାର ନାଁ ଧରୁନି। ତାଙ୍କ ପରେ ଏବେ ତାଙ୍କ ପୁଅ ଆଇନ ଜାଲରେ ଫସିଛନ୍ତି। ମୁମ୍ବାଇର କୁର୍ଲା ପୁଲିସ ଏହି ପୂର୍ବତନ ମନ୍ତ୍ରୀଙ୍କ ପୁଅ ଫରାଜ ମଲିକଙ୍କ ବିରୋଧରେ ଠକେଇ ଓ ଜାଲିଆତି ମାମଲା ରୁଜୁ କରିଛି।

ପୁଲିସ ସୂଚନା ମୁତାବକ, ନବାବ ମଲିକଙ୍କ ପୁଅ ଫରାଜ ଜଣେ ଫରାସୀ ମହିଳାଙ୍କ ଭିସା ଅବଧି ବଢ଼ାଇରେ ସାହାଯ୍ୟ କରିଛନ୍ତି। ଏନେଇ ତାଙ୍କ ବିରୋଧରେ ୪୨୦, ୪୫୬, ୪୬୮, ୩୪ ଆଇପିସି ଧାରା ଅନୁଯାୟୀ ମାମଲା ରୁଜୁ ହୋଇଛି।

୨୦୨୨ ମାର୍ଚ୍ଚ ୨ ରୁ ଜୁନ୍ ୨୦୨୨ ମଧ୍ୟରେ ନକଲି ଦସ୍ତାବିଜ ତିଆରି କରାଯାଇଥିଲା। ଏହି ଦସ୍ତାବିଜର ହେରଫେର ୨୦୨୦ରେ ହୋଇଥିଲା। ଏନେଇ ସ୍ୱତନ୍ତ୍ର ଶାଖା ଅଧିକାରୀଙ୍କ ଅଭିଯୋଗରେ କୁର୍ଲା ପୁଲିସ ନିକଟରେ ଏକ ମାମଲା ରୁଜୁ ହୋଇଛି। ଫାରାଜ ଏବଂ ହାମଲିନ (ଫରାସୀ ମହିଳା) ଙ୍କ ବ୍ୟତୀତ ଅନ୍ୟ କେତେକ ଲୋକଙ୍କ ବିରୋଧରେ ମଧ୍ୟ ପୁଲିସ ମାମଲା ରୁଜୁ କରିଛି।

ବାସ୍ତବରେ, ହାମଲିନ୍ ୨୦୨୦ମସିହାରେ ଭାରତ ଆସିଥିଲେ, ଯାହାର ଭିସା ଅବଧି ବଢ଼ାଇବା ପାଇଁ ଆବେଦନ ଦିଆଯାଇଥିଲା। ଏଥିସହ ଏକ ନକଲି ଦସ୍ତାବିଜ ମଧ୍ୟ ଦିଆଯାଇଥିଲା। ଅନୁସନ୍ଧାନ ସମୟରେ ସ୍ୱତନ୍ତ୍ର ଶାଖା ଅଧିକାରୀ ଯେତେବେଳେ ଏହା ଜାଣିଲେ ସେତେବେଳେ ସେ କୁର୍ଲା ପୁଲିସ ଷ୍ଟେସନରେ ଅଭିଯୋଗ କରିଥିଲେ।

Leave A Reply

Your email address will not be published.