ପାକିସ୍ତାନ ଫେରିଲା ନୱାଜ୍ ସାରିଫ

0

ଇସଲାମବାଦ: ୨୦୧୯ ପରଠାରୁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ପ୍ରଥମ ଥର ପାଇଁ ଦେଶକୁ ଫେରୁଛନ୍ତି। ସେ ଦୁବାଇରୁ ଉମେଦ-ଇ-ପାକିସ୍ଥାନ ବିମାନରେ ପାକିସ୍ତାନକୁ ଯାତ୍ରା କରିଛନ୍ତି। ସଦ୍ୟତମ ରିପୋର୍ଟ ଅନୁଯାୟୀ, ନୱାଜଙ୍କ ବିମାନ ପାକିସ୍ତାନର ଏୟାରସ୍ପେସ୍‌ରେ ପ୍ରବେଶ କରି ସାରିଛି। ଆଉ କିଛି ସମୟ ମଧ୍ୟରେ ସେ ଇସଲାମବାଦରେ ଅବତରଣ କରିବେ। ସେଠାରେ ସେ ଲାହୋର ଯିବାର ଯୋଜନା ରହିଛି। ନୱାଜଙ୍କ ଦଳ ପାକିସ୍ତାନ ମୁସଲିମ ଲିଗ (ପିଏମଏଲ-ଏନ) ତାଙ୍କୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି।

ଲାହୋରରେ ପହଞ୍ଚିବା ପରେ ତାଙ୍କ ଉପରେ ଫୁଲବର୍ଷା କରିବା ପାଇଁ ଦୁଇଟି ବିମାନକୁ ପ୍ରସ୍ତୁତ ରଖାଯାଇଛି। ନୱାଜ ବିମାନ ବନ୍ଦରରୁ ଘରକୁ ଯିବା ସମୟରେ ତାଙ୍କ ଦଳର ହଜାର ହଜାର କର୍ମୀ ଉପସ୍ଥିତ ରହିବେ। ତାଙ୍କ ରୋଡ ଶୋ ସମୟରେ ୨ଲକ୍ଷ ଲୋକ ଉପସ୍ଥିତ ରହିବେ ବୋଲି ଦଳ କହିଛି।

Leave A Reply

Your email address will not be published.