ନିଜ ଦେଶକୁ ଫେରିବେ ନୱାଜ ସରିଫ

0

ଇସଲାମାବାଦ: ଆତ୍ମନିର୍ବାସନ ବଳରେ ୨୦୧୯ରେ ଲଣ୍ଡନରେ ରହୁଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ ଖୁବଶୀଘ୍ର ସ୍ୱଦେଶ ଫେରିବେ। ଏଥିପାଇଁ ପାକିସ୍ତାନରେ ସରକାର ଶରିଫଙ୍କ ନାଁରେ କୂଟନୀତିକ ପାସପୋର୍ଟ ଜାରି କରିଛନ୍ତି। ବର୍ତ୍ତମାନ ପାକିସ୍ତାନରେ ଶରିଫଙ୍କ ସାନ ଭାଇ ଶେହବାଜ ଶରିଫ ପ୍ରଧାନମନ୍ତ୍ରୀ ଅଛନ୍ତି। ତେଣୁ ବେଶ ସହଜରେ ନୱାଜ ଶରିଫଙ୍କ ପାଇଁ କୂଟନୀତିକ ପାସପୋର୍ଟ ଜାରି କରାଯାଇଥିବା କୁହାଯାଉଛି।

ମିଳିଥିବା ସୂଚନା ଅନୁସାରେ, ଦେଶରେ କ୍ଷମତାସୀନ ପାକିସ୍ତାନ ମୁସଲିମ ଲିଗ ନୱାଜ(ପିଏମଏଲ-ଏନ) ସରକାର ୫ ବର୍ଷ ପାଇଁ ଶରିଫଙ୍କୁ କୂଟନୀତିକ ପାସପୋର୍ଟ ଦେଇଛନ୍ତି। ଏହି ପାସପୋର୍ଟ ବଳରେ ସେ ପାକିସ୍ତାନ ଫେରିବାକୁ ସକ୍ଷମ ହେବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବର୍ତ୍ତମାନ ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିବା ଶେହବାଜ ଶରିଫ ହେଉଛନ୍ତି ନିୱାଜଙ୍କ ସାନ ଭାଇ। ସେ ମଧ୍ୟ ଶାସକ ପିଏମଏଲ-ଏନ୍‌ର ସୁପ୍ରିମ ଲିଡ୍‌। ଦୁଇ ଶରିଫ ଭ୍ରାତା ଗୁରୁବାର ଲଣ୍ଡନରେ ପରସ୍ପରକୁ ଭେଟିଥିଲେ। ଏହାପରେ ଏପରି ଏକ କୂଟନୀତିକ ପାସପୋର୍ଟ ଜାରି କରାଯାଇଛି।

Leave A Reply

Your email address will not be published.