ନାୟବ ସିଂହେବେ ହରିୟାଣା ନୂଆ ମୁଖ୍ୟମନ୍ତ୍ରୀ !

0

ଚଣ୍ଡିଗଡ଼,: ହରିୟାଣାରେ ଭାଜପା ଏବଂ ଜେଜେପିର ମିଳିତ ମେଣ୍ଟ ଭାଙ୍ଗିପାରେ। ଏଭଳି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ତାଙ୍କ ପଦରୁ ଇସ୍ତଫା ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି। ତାଙ୍କ ସ୍ଥାନରେ ଭାଜପା ଦଳର ରାଜ୍ୟ ସଭାପତି ନାୟବ ସିଂ ସାଇନିଙ୍କୁ ମୁଖ୍ରମନ୍ତ୍ରୀ କରିପାରେ।

ସୂଚନାଯୋଗ୍ୟ, ସୋମବାର ଦିଲ୍ଲୀରେ ଭାଜପାର କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି) ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପୂର୍ବରୁ ହରିୟାଣା ଉପମୁଖ୍ୟମନ୍ତ୍ରୀ ତଥା ଜନନାୟକ ଜନତା ପାର୍ଟି (ଜେଜେପି) ନେତା ଦୁଷ୍ୟନ୍ତ ଚୌଟାଲା ରାଜ୍ୟର ଦୁଇ ସହଯୋଗୀଙ୍କ ମଧ୍ୟରେ ଆସନ ବାଣ୍ଟିବା ନେଇ ଭାଜପା ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ଆଲୋଚନା କରିଥିଲେ।

ନ୍ୟୁଜ ଏଜେନ୍ସି ପିଟିଆଇ ଅନୁଯାୟୀ ହରିୟାଣାରେ ଭାଜପା ନେତାଙ୍କ ଏକ ବିଭାଗ ଏହି ମିଳିତ ମଞ୍ଚକୁ ବିରୋଧ କରୁଛି। ସୂଚନାଯୋଗ୍ୟ, ୨୦୧୯ ଲୋକ ସଭା ନିର୍ବାଚନରେ ଭାଜପା ରାଜ୍ୟର ସମସ୍ତ ୧୦ ଟି ସିଟ ଜିତିଛି। ବିଧାନସଭା ନିର୍ବାଚନ ପରେ ଜେଜେପି ଦଳ ସହ ଏକ ମେଣ୍ଟ ଗଠନ କରିଥିଲା।

Leave A Reply

Your email address will not be published.