ଏନସିଏଲଟିକୁ ଟଣାହେଲା ସିସିଡି

0

ନୂଆଦିଲ୍ଲୀ (ଆମ ଟିଭି): ଏନସିଏଲଟିକୁ ଟଣାହେଲା ସିସିଡି । କଥାଟି ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । କିନ୍ତୁ ସତ । କଫି ଶୃଙ୍ଖଳା କାଫେ କଫି ଡେ’ (ସିସିଡି)ର ମୂଳ କଂପାନି କଫି ଡେ’ ଗ୍ଲୋବାଲ୍‌କୁ ଇଣ୍ଡ୍‌ସଇଣ୍ଡ୍‌ ବ୍ୟାଙ୍କ ନ୍ୟାସନାଲ୍ କଂପାନି ଲ’ ଟ୍ରିବ୍ୟୁନାଲ୍‌ (ଏନ୍‌ସିଏଲ୍‌ଟି)କୁ ଟାଣିଛନ୍ତି। କଂପାନି ଉପରେ ବ୍ୟାଙ୍କର ୬୭.୩ କୋଟି ଟଙ୍କା ବାକି ରହିଛି।

ତାହା ପାଇବା ଲାଗି ସିସିଡି ବିରୋଧରେ ବ୍ୟାଙ୍କ ପକ୍ଷରୁ କର୍ପୋରେଟ୍ ଇନ୍‌ସଲ୍‌ଭେନ୍ସି ପ୍ରକ୍ରିୟା ଆରମ୍ଭ କରାଯାଇଛି। ବକେୟା ରାଶିର ଏକକାଳୀନ ଫଇସଲା ଲାଗି ସିସିଡି ଓ ଇଣ୍ଡସ୍‌ଇଣ୍ଡ୍‌ ବ୍ୟାଙ୍କ ମଧ୍ୟରେ ‌ହୋଇଥିବା ଆଲୋଚନା ବିଫଳ ହେବା ପରେ କଂପାନିକୁ ଏନ୍‌ସିଏଲ୍‌ଟିକୁ ଟଣାଯାଇଛି। ଏହି ମାମଲାର ବିଚାର ଏନ୍‌ସିଏଲ୍‌ଟିର ବେଙ୍ଗାଲୁରୁ ଖଣ୍ଡପୀଠରେ ହେବ।

Leave A Reply

Your email address will not be published.