ମୋଦିଙ୍କ ଡିଗ୍ରୀକୁ ନେଇ ଏମିତି କହିଲେ ଏନସିପି ନେତା ଅଜିତ ପାୱାର

0

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଲେଜ ଡିଗ୍ରୀକୁ ନେଇ ବିବାଦ ଚାଲିଥିବା ବେଳେ ଏନସିପି ନେତା ଅଜିତ ପାୱାର ବଡ଼ ବୟାନ ଦେଇଛନ୍ତି। ମନ୍ତ୍ରୀମାନଙ୍କ ଡିଗ୍ରୀକୁ ନେଇ ପ୍ରଶ୍ନ କରିବା ଠିକ ନୁହେଁ ଓ ଲୋକମାନେ ଜଣେ ନେତା ତା’ର ଶାସନକାଳ ମଧ୍ୟରେ କ’ଣ ସବୁ ସଫଳତା ପାଇଛନ୍ତି, ତା’ ଉପରେ ଫୋକସ କରିବା ଦରକାର ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଡିଗ୍ରୀକୁ ନେଇ ଚାଲିଥିବା ବିତର୍କ ପ୍ରସଙ୍ଗରେ ସେ କହିଛନ୍ତି, “୨୦୧୪ରେ ଲୋକମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କ ଡିଗ୍ରୀ ଆଧାରରେ ଭୋଟ ଦେଇଥଲେ କି? ସେ ଏମିତି ଏକ କରିଶ୍ମା ସୃଷ୍ଟି କରିଥିଲେ, ଯାହା ନିର୍ବାଚନ ଜିତାଇବାରେ ତାଙ୍କୁ ସହାୟକ ହୋଇଥିଲା। ଏବେ ସେ ୯ ବର୍ଷ ହେଲା ଦେଶକୁ ପ୍ରତିନିଧିତ୍ୱ କରୁଛନ୍ତି। ତାଙ୍କ ଡିଗ୍ରୀ ସମ୍ପର୍କରେ ପଚାରିବା ଠିକ ନୁହେଁ। ତାଙ୍କୁ ଆମେ ମୁଦ୍ରାସ୍ଫୀତି ଓ ବେକାରୀ ଭଳି ସମସ୍ୟା ସମ୍ପର୍କରେ ପ୍ରଶ୍ନ କରିବା ଉଚିତ। ମନ୍ତ୍ରୀଙ୍କ ଡିଗ୍ରୀ ଆଦୌ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନୁହେଁ।”

ସେ ପଚାରିଛନ୍ତି ଯେ “ଆମେ ଡିଗ୍ରୀ ସମ୍ପର୍କରେ ତଥ୍ୟ ପାଇଗଲେ କ’ଣ ମୁଦ୍ରାସ୍ଫୀତି ହ୍ରାସ ପାଇଯିବ? ତାଙ୍କ ଡିଗ୍ରୀ ସମ୍ପର୍କରେ ଜାଣିନେଲେ କ’ଣ ଯୁବଗୋଷ୍ଠୀ ଚାକିରି ପାଇଯିବେ?”

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଡିଗ୍ରୀ ଜାଣିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଏହାକୁ ଖାରଜ କରିବା ସହ ୨୫ ହଜାର ଟଙ୍କାର ଜୋରିମାନା ଲାଗୁ କରିଥିଲେ। ତଥାପି କେଜ୍ରିୱାଲ ତାଙ୍କ ଜିଦରେ ଅଟଳ ରହିବା ସହ ପ୍ରଧାନମନ୍ତ୍ରୀ ତାଙ୍କ ଡିଗ୍ରୀ ସମ୍ପର୍କିତ ତଥ୍ୟ ପବ୍ଲିକ ଡୋମେନରେ ସାର୍ବଜନୀନ କରିବା ପାଇଁ କହିଛନ୍ତି।

Leave A Reply

Your email address will not be published.