ଏନଡିଏ ହାତ ଛାଡ଼ିପାରନ୍ତି ନୀତୀଶ: ଆରଜେଡି ସହ ମିଶି କରିପାରନ୍ତି ସରକାର

0

ପାଟନା (ଆମ ଟିଭି): ବିହାରରେ ଜାରି ରହିଛି ରାଜନୈତିକ ହଲଚଲ । କୌଣସି ମୁହୂର୍ତ୍ତରେ ଏନଡିଏ ହାତ ଛାଡ଼ିପାରନ୍ତି ନୀତୀଶ । ଜେଡିୟୁ-ବିଜେପି ମେଣ୍ଟରେ କିଛି ଠିକ୍ ଠାକ୍ ଚାଲୁନି । ଏହାମଧ୍ୟରେ କଂଗ୍ରେସ, ବାମଦଳ ଓ ଆରଜେଡି ମଧ୍ୟରେ ବୈଠକ ବସିଛି । ବୈଠକରେ କଂଗ୍ରେସ ଓ ବାମଦଳ ନିଜ ବିଧାୟକଙ୍କ ସମର୍ଥନ ପତ୍ର ଆରଜେଡି ନେତା ତେଜସ୍ୱୀ ଯାଦବଙ୍କୁ ପ୍ରଦାନ କରିଛନ୍ତି । କୁହାଯାଉଛି ଯେ, ତେଜସ୍ୱୀ ଏହି ସମର୍ଥନ ପତ୍ର ଜେଡିୟୁ ନେତା ତଥା ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଦେବେ । ସୂତ୍ରାନୁସାରେ, ନୀତିଶ ବୁଧବାର କିମ୍ବା ଗୁରୁବାର ଆଉ ଥରେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇପାରନ୍ତି ।

ବିଜେପିରୁ ଭାଙ୍ଗିଛି ମୋହ । ନୂଆ ଦଳ ସହ ସରକାର ଗଢିବା ଦିଗରେ ନୀତିଶ । ଏଥିପାଇଁ ଗତ କିଛି ଦିନ ଧରି ଚର୍ଚ୍ଚା ଜୋର୍ ଧରିଥିଲା । ଏବେ ଚର୍ଚ୍ଚା ଧିରେଧିରେ ସତ ହେବାରେ ଲାଗିଛି । କାରଣ କଂଗ୍ରେସ-ଆରଜେଡି-ବାମଦଳ ସମର୍ଥନରେ ନୀତିଶ ମୁଖ୍ୟମନ୍ତ୍ରୀ ହେବେ ବୋଲି ଶୁଣାଯାଉଛି । ବିଜେପିଠୁ ଅଲଗା ହୋଇ ରାଜ୍ୟ ରାଜନୀତିର ସମୀକରଣ ବଦଳାଇବେ । ଏହାମଧ୍ୟରେ ବିହାର କଂଗ୍ରେସ ବିଧାୟକ ସକିଲ ଅହମ୍ମଦ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ନୀତିଶ ମେଣ୍ଟ ସରକାରରେ ମୁଖ୍ୟମନ୍ତ୍ରୀ ହେବେ । ଅନ୍ୟ ବିଧାୟକମାନେ ମଧ୍ୟ ନୀତିଶଙ୍କ ମୁଖ୍ୟମନ୍ତ୍ରୀତ୍ୱକୁ ସମର୍ଥନ କରିଛନ୍ତି । ତେବେ ଦେଖାଯାଉ ଏହି ରାଜନୈତିକ ଅସ୍ଥିରତା ଆଗକୁ କେଉଁ ରୂପ ନେଉଛି ।

Leave A Reply

Your email address will not be published.