ନାମାଙ୍କନ ଭରିଲେ ଏନ୍‌ଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନକଡ

0

ନୂଆଦିଲ୍ଲୀ(ଆମ ଟିଭି): ସୋମବାର ନାମାଙ୍କନ ଭରିଛନ୍ତି ଏନ୍‌ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନକଡ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ନିତୀନ ଗଡକାରୀ, ରାଜନାଥ ସିଂହ ଓ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ଥିଲେ। ଜୁଲାଇ ୧୬ ତାରିଖରେ ଏନଡିଏ ପକ୍ଷରୁ ଉପ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଜଗଦୀପ ଧନକଡଙ୍କ ନାମ ଘୋଷଣା କରାଯାଇଥିଲା । ଏ ସମ୍ପର୍କରେ ବିଜେପିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିଲେ।

ଧନକଡଙ୍କ ପ୍ରଥମ ପ୍ରସ୍ତାବକ ଭାବେ ପ୍ରଧାନମନ୍ତ୍ରୀ ମୋଦୀ ହିଁ ଦସ୍ତଖତ କରିଥିଲେ। ଏହା ସହ ତାଙ୍କ ପ୍ରାର୍ଥିପତ୍ରକୁ ମୋଦୀ ହିଁ ରିଟର୍ଣ୍ଣିଂ ଅଫିସରକୁ ହସ୍ତାନ୍ତର କରିଥିଲେ। ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ବେଳେ ମଧ୍ୟ ପ୍ରଧାନମନ୍ତ୍ରୀ ଠିକ୍ ଏଭଳି କରିଥିଲେ। ଏହା ପୂର୍ବରୁ ଧନକଡଙ୍କୁ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଘୋଷଣା କରାଯିବା ପରେ ଟୁଇଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଅଭିନନ୍ଦନ ଜଣାଇଥିଲେ।

Leave A Reply

Your email address will not be published.