ଯୁଦ୍ଧ ବନ୍ଦ କରିବ କି ଋଷ ,ଜାଣନ୍ତୁ କାହିଁକି

0

ମସ୍କୋ: ୟୁକ୍ରେନ ଉପରେ ଘନଘନ ଆକ୍ରମଣ ଓ ପଶ୍ଚିମ ଦେଶଗୁଡ଼ିକୁ ପରମାଣୁ ଅସ୍ତ୍ରର ଧମକ ଦେଉଥିବା ରୁଷ ଏବେ ନିଜ ଆଭିମୁଖ୍ୟରେ ପରିବର୍ତ୍ତନ ଆଣିଛି। ଫେବୃଆରୀ ୨୪ରୁ ରୁଷ ପଡ଼ୋଶୀ ୟୁକ୍ରେନ ଉପରେ ହମଲା ଜାରି ରଖିଥିଲେ ମଧ୍ୟ ଆଶାତୀତ ସଫଳତା ପାଇନାହିଁ। ୟୁକ୍ରେନ ପରି ଗୋଟିଏ ଛୋଟିଆ ଦେଶ ରୁଷକୁ କଡ଼ା ଟକ୍କର ଦେଉଥିବା କ୍ରେମଲିନ ବିଚଳିତ ହୋଇପଡ଼ିଛି। ଏଥିପାଇଁ ଏବେ ରୁଷ ଆଲୋଚନାର ପଥ ବାଛିଛି।

କ୍ରେମଲିନ ପକ୍ଷରୁ ଗୁରୁବାର କୁହାଯାଇଛି ଯେ ୟୁକ୍ରେନରେ ନିଜର ଲକ୍ଷ୍ୟ ସାଧାନ ପାଇଁ ରୁଷ ଆରମ୍ଭ କରିଥିବା ସ୍ୱତନ୍ତ୍ର ସାମରିକ କାର୍ଯ୍ୟାନୁଷ୍ଠାନରେ କୌଣସି ପରବର୍ତ୍ତନ ହୋଇନି। କିନ୍ତୁ ଏହି ଲକ୍ଷ୍ୟକୁ ରୁଷ ବୁଝାମଣା ଓ ଆଲୋଚନା ଦ୍ୱାରା ମଧ୍ୟ ହାସଲ କରିବାକୁ ରାଜି ଅଛି।

କ୍ରେମଲିନର ମୁଖପାତ୍ର ଡିମିତ୍ରି ପେସକୋଭ ରୁଷର ଖବରକାଗଜ ଏଲଜଭେଷ୍ଟିଆକୁ ଦେଇଥିବା ଏକାଧିକ ବୟାନକୁ ଦେଖିଲେ ମସ୍କୋ ଏବେ ଆଲୋଚନା ପାଇଁ ରାଜି ଥିବା ସ୍ପଷ୍ଟ ହୋଇଛି। ୮ମ ମାସ ହେଲା ରୁଷ ସେନା ୟୁକ୍ରେନ ସହ ଲଢ଼େଇ କରୁଥିଲେ ମଧ୍ୟ ଆଖିଦୃଶିଆ ବିଜୟ ହାସଲ କରିପାରି ନାହାନ୍ତି। ତେଣୁ ଏବେ ରୁଷ ନିଜର ସ୍ୱର ବଦଳାଇଥିବା କୁହାଯାଉଛି।

ମୁଖପାତ୍ର ପେସକୋଭ କହିଛନ୍ତି, “ନିର୍ଦ୍ଦେଶ ଓ ଲକ୍ଷ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ସ୍ୱତନ୍ତ୍ର ସାମରିକ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଆମ ଲକ୍ଷ୍ୟ ହାସଲ ପର୍ଯ୍ୟନ୍ତ ଅପରେସନ ଜାରି ରହିବ। ତଥାପି ଆମେ ବାରମ୍ବାର କହି ଆସୁଛୁ ଯେ ଲକ୍ଷ୍ୟ ହାସଲ ପାଇଁ ବୁଝାମଣାର ଦ୍ୱାର ମଧ୍ୟ ଖୋଲା ରହିଛି।”

Leave A Reply

Your email address will not be published.