ଅମୃତ ପିଉଛନ୍ତି ପଡ଼ୋଶୀ, ଗରଳ ପିଉଛି ଓଡ଼ିଶା
ଭୁବନେଶ୍ବର(ଆମ ଟିଭି): ଅମୃତ ପିଉଛନ୍ତି ପଡ଼ୋଶୀ, ଗରଳ ପିଉଛି ଓଡ଼ିଶା। ଏ କଥାର କହିବାର ତାତ୍ପଜ୍ୟ ଖରାଦିନେ ବ୍ୟାରେଜ ଦ୍ବାରା ପାଣି ଅଟକାଇ ଲାଭ ନେଉଛନ୍ତି ପଡୋଶୀ ରାଜ୍ୟ। ହେଲେ ପ୍ରବଳ ବର୍ଷା ହେଲେ ବ୍ୟାରେଜ ଖୋଲିଓଡିଶା ଉପରେ ଦାଉ ସାଧୁଛନ୍ତି ପଡୋଶୀ । ରାଜ୍ୟରେ ଲାଗ ଲାଗ ଦୁଇଟି ବନ୍ୟା ଆସିବା ପଛରେ ରହିଛି ପଡୋଶୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ।
ଛତିଶଗଡ କଲମା ବ୍ୟାରେଜରୁ ପାଣି ଛାଡିବାରୁ ମହାନଦୀ ଅବବାହିକାରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । ଏବେ ଝାରଖଣ୍ଡ ପାଣି ଛାଡି ଉତର ଓଡିଶାର ନଈକୁଳିଆ ଅଂଚଳକୁ ବୁଡାଇବାକୁ ବସିଛି । ଖରା ଦିନେ ନିଜ ରାଜ୍ୟର ସ୍ୱାର୍ଥ ପାଇଁ ମହାନଦୀ ଓ ସୁବର୍ଣ୍ଣରେଖାର ପାଣିକୁ ବ୍ୟାରେଜ ନିର୍ମାଣ କରି ମହଜୁଦ ରଖୁଛନ୍ତି ଛତିଶଗଡ ଓ ଝାରଖଣ୍ଡ ସରକାର । ଫଳରେ ଖରା ଦିନେ ଓଡିଶାରେ ପାଣି ଅଭାବ ଦେଖା ଦେଉଛି । କିନ୍ତୁ ବର୍ଷା ଦିନେ ଜଳସ୍ତର ବଢିଲେ ଦୁଇ ରାଜ୍ୟ ବ୍ୟାରେଜର ଗେଟ୍ ଖୋଲି ଓଡିଶାରେ ବନ୍ୟା କରୁଛନ୍ତି । ଅର୍ଥାତ ଉଭୟ ଗ୍ରୀଷ୍ମ ରୁତୁ ଓ ବର୍ଷା ରୁତୁରେ ଓଡିଶାକୁ ହିଁ କ୍ଷତି ସହିବାକୁ ପଡୁଛି ।