KIIT ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତ୍ୟୁ ରାଜନୀତି ସରଗରମ: ଅଚ୍ୟୁତଙ୍କ ଗିରଫ ଦାବି କଲେ ବାବୁ

0

ଭୁବନେଶ୍ୱର (ଆମ ଟିଭି) : KIIT ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତଘଟଣା ପରେ ଉତ୍ତେଜନା ଲାଗିରହିଛି । ଏହି ଘଟଣାକୁ ନେଇ ଭାଜପା ବିଧାୟକ ବାବୁ ସିଂ କିଟ୍‌ ମାଲିକ ଅଚ୍ୟୁତ ସାମନ୍ତଙ୍କୁ ଗିରଫ ଦାବି କରିଛନ୍ତି। କିଟ ପରି ଗଛକୁ କିଏ ହୃଷ୍ଟ ପୃଷ୍ଟ କରିଥିଲା ବୋଲି ବାବୁ ସିଂ ପ୍ରଶ୍ନ କରିଛନ୍ତି। ଛାତ୍ରୀଙ୍କ ଆତ୍ମହତ୍ୟା ଦୁଃଖଦ। କିନ୍ତୁ ଗତ ୧୫ ବର୍ଷ ଭିତରେ କେତେ ମନ୍ତ୍ରୀ, ବଡ ଲୋକଙ୍କ ପରିବାର ସଦସ୍ୟ କିଟରେ ଚାକିରି କରୁଛନ୍ତି ତାହାର ତଦନ୍ତ ହେବା ଆବଶ୍ୟକ।ବାବୁ ସିଂହ କହିଛନ୍ତି, କିଟ କୁ କିଏ ବଡ କରିଛି? ବାହାର ଦେଶରୁ ଆସି ଛାତ୍ରୀଛାତ୍ର ପାଠ ପଢ଼ିବା ଭଲ।

କିନ୍ତୁ କିଟ ଜମି ଦୁର୍ନୀତିରେ ଲିପ୍ତ। ସାଧାରଣ ଲୋକଙ୍କ ଜମି ଜୋର୍‌ ଜବରଦସ୍ତ ନିଆଯାଇଛି। ଜେଙ୍ଗଲ କିସମ ଜମିରେ ଘର, ହସ୍ପିଟାଲ ଓ ହଷ୍ଟେଲ ହୋଇଛି। ବିଗତ ୧୫ ବର୍ଷ ଭିତରେ ବଡ ବଡ କୋଠା ନିର୍ମାଣ ହୋଇଛି। ଯେଉଁ ମାନେ ନିର୍ମାଣ କରୁଛନ୍ତି ସେମାନେ କେଉଁ ଦଳର ଲୋକ। ଭାଜପା ସରକାର ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରୁଛନ୍ତି । ଅଚ୍ୟୁତ ସାମନ୍ତଙ୍କୁ ଗିରଫ କରିବାକୁ ବାବୁ ଦାବି କରିଛନ୍ତି।

Leave A Reply

Your email address will not be published.