ଆପଣଙ୍କର ଥଣ୍ଡା ପାଣି ପିଇବାର ଅଛିକି ଅଭ୍ୟାସ , ସାବଧାନ କରନ୍ତୁ ନାହିଁ ଏମିତି ଭୁଲ

0

 କିଛି ଲୋକ ଫ୍ରିଜରେ ଥିବା ଅତ୍ୟଧିକ ଥଣ୍ଡା ପାଣି ପିଇବାକୁ ପସନ୍ଦ କରିଥାଆନ୍ତି। ହେଲେ ଲୋକେ ଏହା ଜାଣି ନଥାନ୍ତି ଯେ, ଏହା ଅଭ୍ୟାସରେ ପରିଣତ ହୋଇଗଲେ ଶରୀର ପାଇଁ ଖୁବ୍ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ।

ସାଧାରଣତଃ ଆମ ଶରୀରର ତାପମାତ୍ରା ୩୭ ଡିଗ୍ରୀ ସେଲ୍ସିୟସ ରହିଥାଏ। ତେଣୁ ଆମେ ପିଉଥିବା ପାଣିର ତାପମାତ୍ରା ୨୦-୨୨ ଡିଗ୍ରୀ ସେଲ୍ସିୟସ ରହିବା ଆବଶ୍ୟକ। ସବୁବେଳେ ଅତ୍ୟଧିକ ଥଣ୍ଡା ପାଣି ପିଇଲେ ଏହା ରୋଗ ପ୍ରତିରୋଧକ ଶକ୍ତିକୁ କମାଇଥାଏ। କେବଳ ସେତିକି ନୁହେଁ, ଏହାର ସିଧାସଳଖ ପ୍ରଭାବ ପାଚନ କ୍ରିୟା ଉପରେ ପଡ଼ିଥାଏ। ଅତ୍ୟଧିକ ଥଣ୍ଡା ପାଣି ପିଇଲେ ତାହାକୁ ଢୋକିବାକୁ କିଛି ସମୟ ଲାଗିଥାଏ। କାରଣ ଏହି ପାଣିର ତାପମାତ୍ରା ଅଳ୍ପ ପରିମାଣରେ ସାମାନ୍ୟ ହେବା ପରେ ତାହା ଗଳାରୁ ଖସିଥାଏ।

ଏହାଦ୍ୱାରା ଟନ୍ସିଲଜନିତ ସମସ୍ୟା ଦେଖା ଦେଇଥାଏ। ସବୁବେଳେ ଅତ୍ୟଧିକ ଥଣ୍ଡା ପାଣି ପିଇବା ଦ୍ୱାରା ପେଟର ଅନ୍ତଳନୀ ସଙ୍କୁଚିତ ହୋଇଯାଇଥାଏ, ଯାହାଦ୍ୱାରା କଫଜନିତ ସମସ୍ୟା ଦେଖାଯାଏ। ଅତ୍ୟଧିକ ଥଣ୍ଡାପାଣି ପିଇବା ଅଭ୍ୟାସରେ ପରିଣତ ହେଲେ ହୃଦ୍ଜନିତ ସମସ୍ୟା ମଧ୍ୟ ସୃଷ୍ଟି ହେବାର ଆଶଙ୍କା ଥାଏ।

Leave A Reply

Your email address will not be published.