ଆବାସ ପାଇଁ ନୂଆ ଗାଇଡ୍‌ଲାଇନ: ଏଣିକି ନିଜ ପାଇଁ ନିଜେ କରିବେ ସର୍ଭେ

0

ଆବାସ ଘର ପାଇଁ ନିଜେ ନିଜ ପାଇଁ ସର୍ଭେ କରିବେ ଲୋକ । କେହି ଯୋଗ୍ୟ ହିତାଧିକାରୀ ଅଣଦେଖା ହେବେନି। ଖୋଜି ଖୋଜି ଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଆଯିବବ।ପ୍ରକୃତ ହିତାଧିକାରୀ ପାଇବେ ଘର। ନିଜେ ଯୋଗ୍ୟ କି ନୁହେଁ ନିଜେ କରିବେ ସର୍ଭେ ।ଏହା ସହ ଆସନ୍ତା ଡ଼ିସେମ୍ବର ମାସରେ ଗାଁ ଗାଁ ରେ କ୍ୟାମ୍ପ କରାଯିବ। ଲୋକ ଏହି କର୍ମଶାଳାରେ ଯୋଗ ଦେବେ।

ଏହା ସହ ଦିବ୍ୟାଙ୍ଗ ଓ ବିଧବାମାନଙ୍କୁ ଅଗ୍ରାଧିକାର ଦିଆଯିବ। ୨ ମାସ ସମୟ ଭିତରେ ରି ସର୍ଭେ କରାଯିବ।ଏହି ଅବଧି ଭିତରେ  ତାଲିମ ସହ ଆବେଦନ ଓ ଅନଲାଇନ୍ ମାଧ୍ୟମରେ ଚେକ୍ କରିବେ। ଆବାସ ଘର ବଣ୍ଟାରେ ଏଣିକି ରାଜନୈତିକ ହସ୍ତକ୍ଷେପ କାଟୁ କରିବନି । କେହି ଚାହିଁଲେ ବି ଯୋଗ୍ୟ ହିତାଧିକାରୀକୁ ଆବାସ ଘର ଦେବାରୁ  ଅଟକାଇ ପାରିବେନି । ବ୍ଲକ୍‌ର କୌଣସି କର୍ମଚାରୀ,  ପଞ୍ଚାୟତ ନିର୍ବାହୀ ଅଧିକାରୀ କି ସରପଞ୍ଚଙ୍କ ଜରିଆରେ ଆଉ ଆବାସ ସର୍ଭେ ହେବନି ।

ଲୋକେ ନିଜେ ନିଜର  ସର୍ଭେ କରିବେ । ଆପସ୍‌ ଖୋଲି ଗୋଟି ଗୋଟି କରି ନିଜ ତଥ୍ୟ ଭରିବେ । ପୁରୁଣା ଘରର ଫଟୋ ଉଠାଇ ଅପଲୋଡ୍‌  କରିବେ । ସବୁ ତଥ୍ୟ ସିଧାସଳଖ ଆବାସ ପ୍ଲସ୍‌ ପୋର୍ଟାଲକୁ  ଚାଲିଯିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଘର ଦେବାକୁ ପଞ୍ଚାୟତିରାଜ ବିଭାଗ ପ୍ରସ୍ତୁତ କରିଥିବା ନୂଆ ଗାଇଡ୍‌ଲାଇନରେ ଏଭଳି ବ୍ୟବସ୍ଥା ଯୋଡ଼ିଛନ୍ତି ।

Leave A Reply

Your email address will not be published.