ଟିଭି ଚ୍ୟାନେଲ ପାଇଁ ଆସିଲା ନୂଆ ଗାଇଡଲାଇନ୍: କ’ଣ ଜାଣନ୍ତୁ?

0

ନୂଆଦିଲ୍ଲୀ (ଆମ ଟିଭି): ଟିଭି ଚ୍ୟାନେଲ ପାଇଁ ଆସିଲା ନୂଆ ଗାଇଡଲାଇନ୍ । ପ୍ରାୟ ୧୧ ବର୍ଷ ପରେ ଟିଭି ଚାନେଲଗୁଡ଼ିକ ପାଇଁ ସରକାର ଅପଲିଙ୍କ
ଓ ଡାଉନଲିଙ୍କ୍  ଗାଗାଇଡଲାଇନ୍ ମଞ୍ଜୁର କରିଛନ୍ତି। ନୂଆ ଗାଇଡ୍ଲାଇନ୍ ଅନୁସାରେ ଟିଭି ଚାନେଲଗୁଡ଼ିକ ଜାତୀୟ ସ୍ବାର୍ଥ ଓ ଜାତୀୟ ଗୁରୁତ୍ବ ବହନ କରୁଥିବା ୩୦ ମିନିଟ୍ର କାର୍ୟ୍ୟକ୍ରମ ପ୍ରସାରଣ କରିବେ। ନୂଆ ଗାଇଡ୍ଲାଇନ୍ ଅନୁସାରେ ଟିଭି ଚାନେଲଗୁଡ଼ିକର ଅପଲିଙ୍କ ଓ ଡାଉନଲିଙ୍କ୍ ପାଇଁ ଭାରତରେ ପଞ୍ଜୀକୃତ କମ୍ପାନି/ଏଲ୍ଏଲ୍ପିଗୁଡ଼ିକ ନିମନ୍ତେ ଅନୁମତି ପାଇବା ସୁବିଧାଜନକ ହେବ। ୧୧ ବର୍ଷ ତଳେ ୨୦୧୧ରେ ଶେଷଥର ପାଇଁ ଗାଇଡ୍ଲାଇନ୍ ସଂଶୋଧିତ ହୋଇଥିଲା। ଏଣିକି ଲାଇଭ୍ ଟେଲିକାଷ୍ଟ ପାଇଁ କୌଣସି ପ୍ରାକ୍-ଅନୁମତିର ଆବଶ୍ୟକତା ନାହିଁ।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସେକ୍ରେଟାରି ଅପୂର୍ବ ଚନ୍ଦ୍ର କହିଛନ୍ତି, ୧୧ ବର୍ଷ ପରେ ଆମେ ନୂଆ ଗାଇଡ୍ଲାଇନ୍ ଜାରି କରିଛୁ। ଏଥିପାଇଁ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ ନିଆଯାଇଛି। ‘ଇଜ୍ ଅଫ୍ ଡୁଇଂ ବିଜ୍ନେସ୍’ କ୍ଷେତ୍ରରେ ଅନେକ ଉନ୍ନତି କରାଯାଇଛି। ପ୍ରତ୍ୟେକ ଚାନେଲ ମହିଳା ସଶକ୍ତୀକରଣ, କୃଷି, ଶିକ୍ଷା ଆଦି ଜାତୀୟ ସ୍ବାର୍ଥ ସମ୍ବଳିତ ୩୦ ମିନିଟ୍ର କାର୍ୟ୍ୟକ୍ରମ ପ୍ରସାରଣ କରିବେ ବୋଲି ସେ କହିଛନ୍ତି।

Leave A Reply

Your email address will not be published.