କରୋନା ପାଇଁ ନୂଆବର୍ଷରେ ଆସିବ ନୂଆ ଗାଇଡଲାଇନ୍!

0

ନୂଆଦିଲ୍ଲୀ (ଆମ ଟିଭି): ଚୀନରେ କରୋନାର ଭୟାଭୟ ସ୍ଥିତି ଦେଖାଦେବା ପରେ ଏବେ ଭାରତରେ ସୃଷ୍ଟି ହୋଇଛି ଭୟ । କରୋନା ସଂକ୍ରମଣକୁ ନେଇ ଦେଶରେ ପୁଣିଥରେ ଭୟର ବାତାବରଣ ଖେଳିଥିବାବେଳେ, ପୁଣିଥରେ କଟକଣା ଲଗାଇପାରନ୍ତି କେନ୍ଦ୍ର ସରକାର । ଏନେଇ ଖୁବଶୀଘ୍ର ଆସିପାରେ ନୂଆ ଗାଇଡଲାଇନ୍ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନୂଆ ବର୍ଷ ଓ ଆଗାମୀ ପର୍ବପର୍ବାଣିକୁ ଆଖି ଆଗରେ ରଖି ଖୁବଶୀଘ୍ର ନୂଆ ଗାଇଡଲାଇନ୍ ଆଣିପାରେ ବୋଲି ସୂଚନା ମିଳୁଛି । ତେବେ ଏହି ଗାଇଡଲାଇନରେ କେଉଁ କେଉଁ ନିୟମ ରହିବ, କେଉଁ ନିୟମ କୋହଳ କରାଯିବ ସେନେଇ ସର୍ବିଶେଷ ତଥ୍ୟ ମିଳିପାରିନି ।

କରୋନା ସ୍ଥିତିକୁ ନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । କରୋନା ସ୍ଥିତି ସମ୍ପର୍କରେ ଆଲୋଚନା କରିବା ସହ ଏଥିପାଇଁ କିଭଳି ସତର୍କ ରହିବାକୁ ପଡ଼ିବ ସେନେଇ ଆଲୋଚନା ହୋଇପାରେ । କୋଭିଡ଼ ସ୍ଥିତି ନେଇ ହେବାକୁ ଥିବା ଏହି ପ୍ରସ୍ତୁତି ବୈଠକ ଅପରାହ୍ନ ୩ଟାରେ ହେବା ନେଇ ସୂଚନା ମିଳିଛି । ଏହି ବୈଠକରେ କରୋନା ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରି ନୂଆ ଗାଇଡ଼ଲାଇନ୍ ଜାରି କରିପାରନ୍ତି କେନ୍ଦ୍ର ସରକାର ।

Leave A Reply

Your email address will not be published.