ନୂଆ ଫିଲ୍ମ “କେମିତି ଏ ସମ୍ପର୍କ”ରେ ନୂଆ ଯୋଡି ଆକାଶ ଓ ଲିପ୍ସା

0

ଭୁବନେଶ୍ୱର: ହ୍ୟାଣ୍ଡସମ୍ ଆକାଶ ଦାସନାୟକଙ୍କ ସହ ବିୟୁଟିଫୁଲ ଲିପ୍ସା ମିଶ୍ରଙ୍କ ଯୋଡି ପ୍ରଥମଥର ପାଇଁ ଓଡ଼ିଆ ସିନେ ଦର୍ଶକଙ୍କ ସାମ୍ନା କୁ ଆସିବେ, ଜେଜେଏନଜେ ବ୍ୟାନର ରେ ନିର୍ମାଣ ହୋଇଥିବା ନୂଆ ଫିଲ୍ମ “କେମିତି ଏ ସମ୍ପର୍କ” ମାଧ୍ୟମରେ l କଳିଙ୍ଗ ପୁତ୍ର ଫିଲ୍ମ ଜରିଆରେ ବଡ଼ ପରଦାରେ ଅଭିନୟ ଆରମ୍ଭ କରିଥିବା ଆକାଶ ଦାସନାୟକ ଅବିରତ ଲଗାତାର ଭାବେ ଗୋଟିଏ ପରେ ଗୋଟିଏ ସୁପରହିଟ୍ ଫିଲ୍ମ ରେ ଅଭିନୟ କରିଆସୁଛନ୍ତି l ଠିକ ସେହିପରି “କିଛି ଲୁହ ପିଇଯାଏ ଓଠ” ଲୋକପ୍ରିୟ ମେଗା ଧାରାବାହିକ ରୁ ନିଜ ଅଭିନୟ କ୍ୟାରିଅର ଆରମ୍ଭ କରିଥିବା ସୁନ୍ଦରୀ ଲିପ୍ସା ମିଶ୍ର ଅବିରାନ୍ତ ଛୋଟ ବଡ଼ ଉଭୟ ପରଦାରେ ନିଜ ଅଭିନୟ ର ଯାଦୁ ଦେଖାଇ ଚାଲିଛନ୍ତି l ହ୍ୟାଣ୍ଡସମ ଆକାଶ ସହିତ ସୁନ୍ଦରୀ ଲିପ୍ସା ଙ୍କ ନୂଆ ଯୋଡି କୁ ଦର୍ଶକ ନିଶ୍ଚିତ ଭାବେ ପସନ୍ଦ କରିବେ ଏଥିରେ ସନ୍ଦେହ ନାହିଁ l

କଟକ ସହରରେ ଜନ୍ମ ନେଇ ସୁଦୂର ଆମେରିକା ରେ ଅବସ୍ଥାପିତ ରୁପେଶ କୁମାର ଙ୍କ କାହାଣୀ ସହିତ ପ୍ରଯୋଜନା ରେ ନିର୍ମାଣ ହୋଇଛି ଚଳଚ୍ଚିତ୍ର “କେମିତି ଏ ସମ୍ପର୍କ” l କାହାଣୀ ରେ ଯେମିତି ରହସ୍ୟ ରୋମାଞ୍ଚ ଭରିରହିଛି ସେମିତି ରହିଛି ପ୍ରେମ ସମ୍ପର୍କ ଓ ସଂଘର୍ଷମୟ ଚିତ୍ର l ନିର୍ଦ୍ଦେଶନା ଦେଇଛନ୍ତି ଓଲିଉଡ଼ ର ବରିଷ୍ଠ ତଥା ଦକ୍ଷ ନିର୍ଦ୍ଦେଶକ ହିମାଂଶୁ ପରିଜା (ଚଣ୍ଡୀ) l ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର l ଗୀତ ରଚନା ଡକ୍ଟର ନିର୍ମଳ ନାୟକ ଏବଂ ସଂଳାପ ଲେଖିଛନ୍ତି ଚିନ୍ମୟ ଦାସ ପଟ୍ଟନାୟକ l ଚିତ୍ରତ୍ତୋଳନ ଭାର ସମ୍ଭାଳିଛନ୍ତି କାହ୍ନୁ ନନ୍ଦ l ସମ୍ପାଦନା ରାଜେଶ ଦାସ l କଳା ନିବାରଣ ଷଡ଼ଙ୍ଗୀ, କୋରିଓଗ୍ରାଫି ରେ ଲୁବୁନ ଟୁବୁନ ଥିବାବେଳେ ମୁଖ୍ୟ ବ୍ୟବସ୍ଥାପକ ଭାବେ ଚିତ୍ତରଞ୍ଜନ ଆଚାର୍ଯ୍ୟ ଓ କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ଅଛନ୍ତି l ପ୍ରମୁଖ ଭୂମିକା ରେ ଆକାଶ ଦାସନାୟକ, ଏଲିନା ସାମନ୍ତରାୟ, ଲିପ୍ସା ମିଶ୍ର l ଅନ୍ୟାନ୍ୟ ଭୂମିକା ରେ ପ୍ରଦ୍ୟୁମ୍ନ ଲେଙ୍କା, ଅସିତ ପତି, ଜୀବନ ପଣ୍ଡା, ଉଷସୀ ମିଶ୍ର, ନମିତା ଦାସ, ଗୁଡ୍ଡୁ, ସନ୍ତୁ, ମିଳନ, ସବିତା, ମମତା, ଜ୍ଞାନ, ଭକ୍ତି, ଶିବ ପୂଜାପଣ୍ଡା ଓ ଶିଶୁ କଳାକାର ଲତାଶା ଖୁରାନା ଇତ୍ୟାଦି ଅଭିନୟ କରିଛନ୍ତି l ଫିଲ୍ମ ଟିର ସମସ୍ତ ସୁଟିଂ କାର୍ଯ୍ୟ ଶେଷ ହୋଇ ଏବେ ପୋଷ୍ଟ ପ୍ରଡ଼କସନ କାମ ଜୋରସୋର ରେ ଚାଲିଛି l ଆସନ୍ତା ନୂଆ ବର୍ଷ ର ଜାନୁଆରୀ ମାସରେ ଫିଲ୍ମ ରିଲିଜ୍ ହେବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ସୂଚନା ମିଳିଛି l

Leave A Reply

Your email address will not be published.