ନୂଆ ଓଡିଆ ଚଳଚ୍ଚିତ୍ର “Operation ଅପହରଣ” ର ଟାଇଟେଲ୍ ଘୋଷଣା*

0

ଭୁବନେଶ୍ୱର : ଏସ ଥ୍ରୀ ମୁଭିଜ କ୍ରିଏସନ, ଶୁଭଶ୍ରୀ ଫିଲ୍ମସ ଇନିସିଏଟିଭ ଏବଂ ଓଁ ମାଆ କାଳୀ ଫିଲ୍ମସ ର ମିଳିତ ସହଯୋଗ ସହିତ ସମରେଶ ରାଉତରାୟ ଙ୍କ ପ୍ରଯୋଜନା ରେ ନିର୍ମାଣ ହେବାକୁ ଯାଉଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ର “Operation ଅପହରଣ” ର ଟାଇଟେଲ ଭୁବନେଶ୍ୱର ସ୍ଥିତ ଏକ ତାରକା ହୋଟେଲ ରେ ଘୋଷଣା ହୋଇଯାଇଛି । ଚଳଚ୍ଚିତ୍ର ର କାହାଣୀ ଅମ୍ରିତା ସେନଗୁପ୍ତା ଲେଖିଥିବା ବେଳେ ଅମିତ ତାଳୁକଦାର, ଅମ୍ରିତା ସେନଗୁପ୍ତା, ଦିପଞ୍ଜନ ମୁଖାର୍ଜୀ ଏବଂ ଆଶୁତୋଷ ସାହୁ ଚିତ୍ରନାଟ୍ୟ ରଚନା କରିଛନ୍ତି । ସଂଳାପ ରଚନା କରିଛନ୍ତି ଅମିତ ତାଳୁକଦାର । ଠିକ ସେହିପରି ଡିଓପି – ସୌରଭ ବାନାର୍ଜୀ ଥିବାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି କୁନ୍ତଲ ଦେ ।
ଚଳଚ୍ଚିତ୍ର “Operation ଅପହରଣ” ଟାଇଟେଲ ଘୋଷଣା ଉତ୍ସବ ରେ ପ୍ରଯୋଜକ ସମରେଶ ରାଉତରାୟ, ପ୍ରଯୋଜିକା ଶୁଭଶ୍ରୀ ମଙ୍ଗରାଜ, ପ୍ରେମଲତା ରାଉତରାୟ ଏବଂ ମିନାକ୍ଷୀ ମିଶ୍ର ଙ୍କ ସମେତ ନିର୍ଦ୍ଦେଶକ ଅମିତ ତାଳୁକଦାର, ଅଭିନେତା ଆକାଶ ଦାସ ନାୟକ, ପୃଥ୍ୱୀରାଜ,ଅଭିନେତ୍ରୀ ତମନ୍ନା ଭ୍ୟାସ, ଉଷସୀ ମିଶ୍ର, ସୋଫିଆ ଆଲାମ, ପ୍ରିୟଙ୍କା ପାଣିଗ୍ରାହୀ, ଆଲିଆ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ଚଳଚ୍ଚିତ୍ର “Operation ଅପହରଣ” ଏକ ଭିନ୍ନ ଧରଣର ସସପେନ୍ସ ସହିତ ଭିନ୍ନଧରଣର କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର ଯାହା ସବୁବର୍ଗ ର ଦର୍ଶକମାନଙ୍କ ମନକୁ ଛୁଇଁବ ।

ବହୁତଦିନ ପରେ ଦର୍ଶକ ଆକାଶ ଏବଂ ତମନ୍ନା ଙ୍କ ଯୋଡି ଦେଖିବାକୁ ପାଇବେ । ଚଳଚ୍ଚିତ୍ର “Operation ଅପହରଣ” ସହରଠୁ ଗାଁ ପର୍ଯ୍ୟନ୍ତ ଚଳଚ୍ଚିତ୍ର ଦେଖୁଥିବା ଦର୍ଶକମାନଙ୍କ ମନକୁ ଛୁଇଁବା ଭଳି କାହାଣୀ ନେଇ ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଛି । ଚଳଚ୍ଚିତ୍ର ର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ସହିତ ଗୀତ ଓ ସଙ୍ଗୀତ ଉପରେ ମଧ୍ୟ ଯଥେଷ୍ଟ ଧ୍ୟାନ ଦିଆଯାଇଛି । ଚଳଚ୍ଚିତ୍ର ଟି ଖୁବ ଶୀଘ୍ର ସୁଟିଂ ଫ୍ଲୋର କୁ ଯିବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ସୂଚନା ମିଳିଥିବା ବେଳେ ମିଡ଼ିଆ ପ୍ଲାନର ହେଡ଼ ପ୍ରଣୟ ଜେଠୀ ଘୋଷଣା କରିଛନ୍ତି ।

Leave A Reply

Your email address will not be published.