ଗିରିଶ ଚନ୍ଦ୍ର ମୂର୍ମୁଙ୍କୁ ନୂଆ ଦାୟିତ୍ଵ

0

ନ୍ୟୁୟର୍କ : ଭାରତ ସରକାରଙ୍କ କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି) ଗିରିଶ ଚନ୍ଦ୍ର ମୁର୍ମୁ ଜାତିସଂଘର ଆଭ୍ୟନ୍ତରୀଣ ସମୀକ୍ଷକ ସମିତିର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ନଭେମ୍ବର ୨୦ ଓ ୨୧ ତାରିଖରେ ନ୍ୟୁୟର୍କସ୍ଥିତ ଜାତିସଂଘ ମୁଖ୍ୟାଳୟରେ ଅନୁଷ୍ଠିତ ୬୩ତମ ଆଭ୍ୟନ୍ତରୀଣ ସମୀକ୍ଷକ ସମିତିରେ ଶ୍ରୀ ମୁର୍ମୁ ଯୋଗ ଦେଇଥିଲେ। ଏହି ସମିତିରେ ବିଶ୍ବର ୧୨ଟି ପ୍ରମୁଖ ସମୀକ୍ଷା ଅନୁଷ୍ଠାନର ମୁଖ୍ୟମାନେ ଯୋଗ ଦେଇଥିଲେ। ଗିରିଶ ମୁର୍ମୁଙ୍କ ଏହି ନିର୍ବାଚନ ଭାରତର ଆଭ୍ୟନ୍ତରୀଣ ଅଡିଟ୍‌ ପ୍ରତି ରହିଥିବା ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇଛି।

Leave A Reply

Your email address will not be published.