ଭୁବନେଶ୍ୱର (ଆମ ଟିଭି): ଘୋଷଣା ହେଲା ରାଜ୍ୟ ବିଜେପିର ନୂଆ ଟିମ୍ । ରାଜ୍ୟ ପଦାଧିକାରୀ ଓ ମୋର୍ଚ୍ଚା ସଭାପତିଙ୍କ ନାଁ ଘୋଷଣା । ନୂଆ ଟିମ୍ ଘୋଷଣା କରିଛନ୍ତି ରାଜ୍ୟ ବିଜୋପି ସଭାପତି । ୩୫ଜଣିଆ ତାଲିକା ଘୋଷଣା କରିଛନ୍ତି ମନମୋହନ ସାମଲ । ଏହି ତାଲିକାରେ ୧୦ଜଣ ଉପସଭାପତି ଓ ୫ଜଣ ସାଧାରଣ ସମ୍ପାଦକ ସାମିଲ ହୋଇଛନ୍ତି ।
ଉପସଭାପତି ହେଲେ , ନାଉରୀ ନାୟକ, ଅପରାଜିତା ଷଡଙ୍ଗୀ, ରବି ନାଏକ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଗୋଲକ ମହାପାତ୍ର, କୁସୁମ ଟେଟେ, ଲେଖାଶ୍ରୀ ସାମନ୍ତସିଂହାର, ସୁକେଶି ଓରାମ, ବିରଞ୍ଚି ନାରାୟଣ ତ୍ରିପାଠୀ ।