ନଭେମ୍ବର ୧୫ରୁ ନୂଆ ଟୋଲ୍‌ ନିୟମ, UPIରୁ ପେମେଣ୍ଟ କରିଲେ ପଡ଼ିବନି ଦୁଇଗୁଣା ଟ୍ୟାକ୍ସ

0

ଗାଡି ଚାଳକଙ୍କ ପାଇଁ କଡା ନିୟମ କଲେ ସରକାର । ଟୋଲ୍ ପେମେଣ୍ଟକୁ ନେଇ ଲାଗୁ ହେଲା ନୂଆ ନିୟମ । ଲୋକଙ୍କ ଦେୟ ପଦ୍ଧତିକୁ ଆଧାର କରି ଲାଗୁ ହେବ ଭିନ୍ନ ଶୁଳ୍କ । ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବା ଏବଂ ଟୋଲ୍ ପ୍ଲାଜାରେ ନଗଦ ପେମେଣ୍ଟ କମ୍ କରିବା ପାଇଁ ସରକାର ଏହି ନିୟମ ପ୍ରଚଳନ କରିଛନ୍ତି । ହଁ ଆଜ୍ଞା, ଆସନ୍ତା ନଭେମ୍ବର ୧୫ ତାରିଖରୁ ଲାଗୁ ହେବାକୁ ଯାଉଛି ନୂଆ ଟୋଲ୍‌ ନିୟମ ।

ନୂଆ ନିୟମ ଅନୁଯାୟୀ, FASTag ବିନା ଜାତୀୟ ରାଜପଥରେ ପ୍ରବେଶ କରୁଥିବା ଯାନଗୁଡ଼ିକରୁ ସେମାନଙ୍କର ପେମେଣ୍ଟ ପଦ୍ଧତି ଉପରେ ଆଧାର କରି ଭିନ୍ନ ଭିନ୍ନ ଶୁଳ୍କ ମୁଳ୍କ ଆଦାୟ କରାଯିବ । ଅର୍ଥାତ ଜାତୀୟ ରାଜପଥରେ ଟୋଲ୍ ପେମେଣ୍ଟକୁ ଡିଜିଟାଲ୍ କରିବା ପାଇଁ ସରକାର ଏହି ନୂଆ ନିୟମ ଲାଗୁ କରିଛନ୍ତି । ଏବେ ମହଙ୍ଗା ହେବ ଫାଷ୍ଟାଗ୍ ନଥିବା ଗାଡ଼ି ପାଇଁ ନଗଦ ଦେୟ ।

ୟୁପିଆଇ ବ୍ୟବହାର କରି ପେମେଣ୍ଟ କରିବା ପାଇଁ କମ ଶୁଳ୍କ ଦେବାକୁ ପଡିବ । ଯଦି ଜଣେ ଉପଭୋକ୍ତା ନଗଦ ଦେୟ ଦିଅନ୍ତି, ତେବେ ତାଙ୍କଠାରୁ ପ୍ରଯୁଜ୍ୟ ଟୋଲ୍ ଟ୍ୟାକ୍ସର ଦୁଇଗୁଣ ଟଙ୍କା ଆଦାୟ କରାଯିବ । କିନ୍ତୁ ଯଦି ସେହି ଉପଭୋକ୍ତା UPI କିମ୍ବା ଅନ୍ୟ କୌଣସି ଡିଜିଟାଲ୍ ପେମେଣ୍ଟ କରନ୍ତି ତେବେ ଟ୍ୟାକ୍ସ ୧.୨୫ ଗୁଣ ଟୋଲ୍ ଦେବାକୁ ପଡିବ ।

ଉଦାହରଣ ସ୍ୱରୂପ, ଫାଷ୍ଟାଗ୍ ବ୍ୟବହାର କରି ୧୦୦ ଟଙ୍କା ଟୋଲ୍ ଦେଲେ ୨୦୦ ଟଙ୍କା ନଗଦ ଏବଂ ୟୁପିଆଇରେ ୧୨୫ ଟଙ୍କା ଦେବାକୁ ପଡିବ । FASTag ନଥିବା ଯାନବାହନଗୁଡ଼ିକ ପାଇଁ ଏହା ଏକ ଗୁରୁତ୍ବପୂର୍ଣ ରିହାତି । ଏହାର ଅର୍ଥ ହେଉଛି ଯେ FASTag ବ୍ୟବହାର ନ କରୁଥିବା ଉପଭୋକ୍ତାମାନେ UPI ବ୍ୟବହାର କରି ପେମେଣ୍ଟ କରିବା ସମୟରେ କମ୍ ଟ୍ୟାକ୍ସ ଦେବେ ।

Leave A Reply

Your email address will not be published.