କଞ୍ଚାଲଙ୍କାରେ ନୂଆ ବର୍ଷର ନୂଆ ଧମାକା “ଭୁବନେଶ୍ୱର ନାଇଟ୍”*
ଭୁବନେଶ୍ୱର :ଏହି ଜାନୁୟାରୀ ୬ ରେ ଓଡିଶାର ପ୍ରିମିୟମ ଓଟିଟି ପ୍ଲାଟଫର୍ମ “କଞ୍ଚାଲଙ୍କା” ରେ ଷ୍ଟ୍ରିମିଂ ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ୱେବ୍ ସିରିଜ୍ “ଭୁବନେଶ୍ୱର ନାଇଟ୍”! ଆସନ୍ତା ଜାନୁୟାରୀରୁ ୬ ତାରିଖରୁ ଏହି ୱେବ୍ ସିରିଜ୍କୁ ଆପଣ ବିଶ୍ଵର ଯେକୌଣସି ସ୍ଥାନରେ ଥିଲେ ମଧ୍ୟ୍ଯ ଦେଖିପାରିବେ!
‘ଭୁବନେଶ୍ୱର ନାଇଟ୍” : ଏହି ଶୀର୍ଷକ ହିଁ କହିଦେଉଛି କାହାଣୀଟି ଆମ ଓଡିଶାର ରାଜଧାନୀ ଭୁବନେଶ୍ୱର ସ୍ମାର୍ଟ ସିଟି ଉପରେ ଆଧାରିତ । କଥାରେ ଅଛି ମନ୍ଦିର ମାଳିନୀ ଭୁବନେଶ୍ୱର । ସାରା ଓଡିଶାରେ ଯାହା ମିଳେନି ଏଠି ସବୁ ମିଳେ। ଏଠି ଦିନ ରାତିର କିଛି ଫରକ୍ ନଥାଏ । ଏଠି ଜନତାଙ୍କଠୁ ଆରମ୍ଭ କରି ନେତା ପର୍ଯ୍ୟନ୍ତ ସମସ୍ତେ ରୁହନ୍ତି,ଯେମିତି ସମସ୍ତଙ୍କ ସ୍ୱପ୍ନ ଏହି ଭୁବନେଶ୍ୱର। ଏଠି ସବୁ ନିର୍ମଳ ସବୁ ଧବଳ ହେଲେ ଏହାର ପଛପଟ ଠିକ୍ ଓଲଟା । ଗାଁରୁ ପିଲାମାନେ ନିଜର କ୍ୟାରିୟର ପାଇଁ ଏଠାକୁ ଆସନ୍ତି,ହେଲେ ଅଭ୍ୟସ୍ତ ହୁଅନ୍ତି ନିଶାରେ । ଅଧିକ ରୁ ଅଧିକ ଟଙ୍କା ରୋଜଗାର ନିଶାରେ ଝିଅ ମାନେ ପାଲଟି ଯାଆନ୍ତି ଦେହ ଯିବି ସବୁ ବଡ ବଡ ଲୋକଙ୍କ ସାମ୍ନାରେ। ଯଦି ତୁମ ପାଖରେ ଟଙ୍କା ଅଛି ତାହେଲେ ସବୁ ଟେଣ୍ଡର ତୁମର ଯଦି ତୁମ ପାଖରେ ଟଙ୍କା ନାହିଁ ତା ହେଲେ, ସବୁ ମେଡିକାଲ୍ ଯମ ପୁର । ଏଠି ନିଜର ଫାଇଦା ପାଇଁ ବଡ ବଡ ଲୋକ ମାନେ ତିଆରି କରନ୍ତି ବସ୍ତି,ପୁଣି ନିର୍ମଳ ସହର ତିଆରି କରିବା ଆଳରେ ଭାଙ୍ଗନ୍ତି ବସ୍ତି । ଗୋଟେ ଜାଗାକୁ କେତେ ଥର ବିକନ୍ତି କେତେ ଜଣକୁ ଏଠି। ବାରମ୍ବାର ରାସ୍ତା ଖୋଳି କାମ ଚାଲେ ହେଲେ କାମ ସରେନି । ମିଡିଆ ଦିନ ରାତି ବ୍ୟସ୍ତ ରହେ ଖବରକୁ ତୋଡ଼ମୋଡ କରିବାରେ ଆଉ ପୋଲିସ୍ ସାଜିଥାଏ ନିରବଦ୍ରଷ୍ଟା । କାହା ଇଶାରାରେ ଏସବୁ ହଉଛି ? କ’ଣ ରହିଛି ଲାଭ?ଯାହା ଦ୍ୱାରା ସାଧାରଣ ଲୋକମାନେ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖିନ ହୁଅନ୍ତି ଏହି ଭୁବନେଶ୍ୱରରେ। ଖାଲି ଏତିକି ନୁହଁ ଆହୁରି ଅଛି ଅନେକ କଥା ଆମ ରାଜଧାନୀ ଭୁବନେଶ୍ୱରର ।
ଏହି ୱେବସିରିଜ୍ କୁ ନେଇ “କଞ୍ଚାଲଙ୍କା” ର ସହ ପ୍ରତିଷ୍ଠାତା ଏବଂ ଚେୟାରମ୍ୟାନ୍ ଶ୍ରୀଯୁକ୍ତ ଅକ୍ଷୟ କୁମାର ପରିଜା କୁହନ୍ତି : ଆମେ ଏ କଥା ସବୁଦିନ ସକାଳ ଖବର କାଗଜରେ ପଢୁ ଓ ନିୟୁଜ୍ରେ ଦେଖୁ । ହେଲେ ବାସ୍ତବରେ ଆମ ଦର୍ଶକଙ୍କୁ ଦେଖେଇବାର ପ୍ରୟାସ ଏହି ୱେବସିରିଜ୍ ମାଧ୍ୟମରେ ଚେଷ୍ଟା କରିଛୁ, ସେ ଆଉ ମଧ୍ୟ କହିଛନ୍ତି : “କଞ୍ଚାଲଙ୍କା” ଦର୍ଶକ ମାନଙ୍କୁ ଦେଇଥିବା ପ୍ରତିଶୃତି, ଯଥା ଓଡିଶାର ମୂଳ କାହାଣୀ କୁ ନେଇ ଆମେ ଭେଟିଦେବୁ ଆମ ଦର୍ଶକ ମାନଙ୍କ ପାଖରେ, ! ଆଗକୁ ଅଛି ଆହୁରି ଅନେକ କାହାଣୀ ଆମ ମାଟିର, ଆମେ ନେଇ ଆସିବୁ ଖୁବ୍ ଶୀଘ୍ର !