ନ୍ୟୁଜିଲାଣ୍ଡର ଶିକ୍ଷାମନ୍ତ୍ରୀ କ୍ରିସ୍‌ ହିପ୍‌କିନ୍‌ସ୍‌ ହେବେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ

0

ସିଡ୍‌ନି: ଦଳର ନେତୃତ୍ବ ନେବା ନିମନ୍ତେ ଏକମାତ୍ର ମନୋନୀତ ପ୍ରାର୍ଥୀ ହେବା ପରେ ନ୍ୟୁଜିଲାଣ୍ଡ୍‌ ‘ଲେବର୍‌ ପାର୍ଟି’ର ସାଂସଦ ତଥା ଶିକ୍ଷାମନ୍ତ୍ରୀ କ୍ରିସ୍‌ ହିପ୍‌କିନ୍‌ସ୍‌ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ।

ନିଉଜ୍‌ ଏଜେନ୍‌ସି ‘ରଏଟର୍ସ’ ରିପୋର୍ଟ ଅନୁସାରେ, ରବିବାର ଦିନ ଲେବର୍‌ ପାର୍ଟିର ୬୪ଜଣ ସାଂସଦଙ୍କ ବୈଠକରେ ହିପ୍‌କିନ୍‌ସ୍‌ଙ୍କୁ ଦଳର ନୂଆ ନେତା ବୋଲି ସୁନିଶ୍ଚିତ କରାଯାଇ ପାରେ।

ପ୍ରଧାନମନ୍ତ୍ରୀ ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ଘୋଷିତ ହେବା ପରେ ସାମ୍ବାଦିକ ସମ୍ମିଳନୀରେ ହିପ୍‌କିନ୍‌ସ୍‌ କହିଛନ୍ତି, ମୋର ମନେହୁଏ, ଆମେ ଏକ ଅତି ଟାଣୁଆ ଟିମ୍‌। ଏକତା ରକ୍ଷା କରି ଆମେ ଅଗ୍ରସର ହୋଇଛୁ ଓ ଏକତା ବଜାୟ ରଖିବୁ। ନ୍ୟୁଜିଲାଣ୍ଡ୍‌ବାସୀଙ୍କ ସେବା ନିମନ୍ତେ ପ୍ରକୃତ ପ୍ରତିବଦ୍ଧତା ଥିବା ଅସାଧାରଣ ‌ଜନ ସଙ୍ଗଠନରେ ଥାଇ କାର୍ଯ୍ୟ କରୁଥିବାରୁ ସତରେ ଖୁବ୍‌ ଭାଗ୍ୟବାନ ମନେକରୁଛି।

ସୂଚନାଯୋଗ୍ୟ, ଶିକ୍ଷାମନ୍ତ୍ରୀ ଥିବା ବେଳେ ୪୪ ବର୍ଷିୟ କ୍ରିସ୍‌ ଦେଶର କୋଭିଡ୍‌-୧୯ ମୁକାବିଲା ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ବ ତୁଲାଇଥିଲେ।

Leave A Reply

Your email address will not be published.