ଶପଥ ନେଲେ ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ

0

ଭୁବନେଶ୍ୱର: ଶପଥ ନେଲେ ଓଡ଼ିଶାର ନୂଆ ରାଜ୍ୟପାଳ । ମଙ୍ଗଳବାର ଶପଥ ନେଇଛନ୍ତି ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ ।  ଓଡ଼ିଶାର ୨୬ତମ ରାଜ୍ୟପାଳଭାବେ ସେ ଶପଥ ନେଇଛନ୍ତି ।  ଏନେଇ ରାଜଭବନରେ ଶପଥପାଠ ସମାରୋହ ଅନୁଷ୍ଠିତ ହୋଇଥିଲା । ଏଥିରେ ହାଇକୋର୍ଟର ମୁଖ୍ୟ ବିଚାରପତି ଷ୍ଟିସ ବିଦୁ୍ୟତରଞ୍ଜନ ଷଡ଼ଙ୍ଗୀ ଯୋଗଦେଇ ରଘୁବର ଦାସଙ୍କୁ ଶପଥ ପାଠ କରାଇଥିଲେ । ଏହି  କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧ‌ର୍ମେନ୍ଦ୍ର ପ୍ରଧାନ, ବାଚସ୍ପତି ପ୍ରମିଳା ମଲ୍ଲିକ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ମନ୍ତ୍ରିମଣ୍ଡଳର କେତେକ ସଦସ୍ୟ, ବିଧାୟକ ଓ କେତେକ ବିଚାରପତି ଉପସ୍ଥିତ ଥିଲେ। ଏହାପରେ ରାଜ୍ୟପାଳ  ରଘୁବର ଦାସଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଛିି। ଶପଥ ପାଠ ପରେ ନୂଆ ରାଜ୍ୟପାଳଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା ।

ଶପଥ ନେବା ପୂର୍ବରୁ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି ନବ ନିଯୁକ୍ତ ରାଜ୍ୟପାଳ ରଘୁବର ଦାସ। ଆଜି ସକାଳେ ଲିଙ୍ଗରାଜ ମନ୍ଦିର ଯାଇ ଦର୍ଶନ କରିବା ସହ ପୂଜା କରିଛନ୍ତି। ଏହାସହ ରାଜ୍ୟପାଳ ଲିଙ୍ଗରାଜଙ୍କ ସମେତ ଗଣେଶ ମନ୍ଦିର, ପାର୍ବତୀ ମନ୍ଦିର, ଭୁବନେଶ୍ୱରୀ ମନ୍ଦିର ଓ ନନ୍ଦୀଙ୍କ ଦର୍ଶନ କରିଛନ୍ତି।

ଲିଙ୍ଗରାଜଙ୍କୁ ଦର୍ଶନ କରିବା ପରେ ନୂଆ ରାଜ୍ୟପାଳ ରଘୁବର ଦାସ କହିଛନ୍ତି, ଲିଙ୍ଗରାଜଙ୍କ ପାଖରେ ଓଡ଼ିଶାବାସୀଙ୍କ ବିକାଶ ଓ ସମୃଦ୍ଧି କାମନା କଲି। ଏହାସହ ଦେଶ ଓ ରାଜ୍ୟର ସୁଖ, ସମୃଦ୍ଧି ନେଇ ପ୍ରାର୍ଥନା କଲି।

Leave A Reply

Your email address will not be published.