ଆଗକୁ ଉପରାଷ୍ଟ୍ରପତି ନିର୍ବାଚନ: ଧନଖଡ଼ଙ୍କୁ ଭେଟିଲେ ବିଜେଡି ସାଂସଦ

0

ନୂଆଦିଲ୍ଲୀ(ଆମ ଟିଭି): ଶପଥ ନେଇସାରିଛନ୍ତି ଭାରତର ନୂଆ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଗକୁ ଆସୁଛି ଉପରାଷ୍ଟ୍ରପତି ନିର୍ବାଚନ। ଏହା ପୁର୍ବରୁ ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କୁ ଭେଟିଛନ୍ତି ବିଜେଡି ସାଂସଦ ।  ପୂର୍ବରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଧନଖଡ଼ଙ୍କ ପ୍ରତି ଦଳର ସମର୍ଥନ ଘୋଷଣା କରିସାରିଛନ୍ତି । ଆଜି ଔପଚାରିକ ଭାବେ ବିଜେଡି ସାଂସଦଙ୍କୁ ଦିଲ୍ଲୀରେ ଭେଟିଛନ୍ତି । ଧନଖଡଙ୍କ ସହ ଉପରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ହୋଇଛି । ଏହି ଭେଟଘାଟରେ ବିଜେଡି ଲୋକସଭା ସାଂସଦ ପିନାକି ମିଶ୍ର ବିଜେଡି ସାଂସଦଙ୍କ ପ୍ରତିନିଧିତ୍ୱ କରିଥିଲେ । ଜଗଦୀପ ସାଂସଦମାନଙ୍କୁ ଭେଟି ସମର୍ଥନ ମାଗିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ଧନଖଡ଼ଙ୍କୁ ଭେଟିଥିବା କଥା କହିଛନ୍ତି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ । ଭେଟି ସମର୍ଥନ ଜ୍ଞାପନ କଲୁ । ରାଷ୍ଟ୍ରପତି ନିର୍ବାଚନ ଭଳି ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଧନଖଡଙ୍କୁ ଭୋଟ ଦେବୁ ବୋଲି ସୂଚନା ଦେଇଛନ୍ତି । ସଂସାଦମାନଙ୍କ ମଧ୍ୟରେ ପିନାକୀ ମିଶ୍ର, ଅମର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ, ସୁଜତି କୁମାର, ସସ୍ମିତ ପାତ୍ର, ମାନସ ମଙ୍ଗରାଜ ଓ ସୁଲତା ଦେଓ ପ୍ରମୁଖ ଉପସ୍ଥିତ ଥିଲେ । ଉଲ୍ଲେଖଯୋଗ୍ୟ ବିରୋଧୀଙ୍କ ପକ୍ଷରୁ ମାର୍ଗାରେଟ ଆଲଭା ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି । ଆସନ୍ତା ୬ ତାରିଖରେ ଉପରାଷ୍ଟ୍ରପତି ପାଇଁ ନିର୍ବାଚନ ହେବ । ସେହିଦିନ ହିଁ ଫଳାଫଳ ଘୋଷଣା ହେବ । 

Leave A Reply

Your email address will not be published.