ଭିଡ଼ ନିୟନ୍ତ୍ରଣ ପାଇଁ NHAIର ପଦକ୍ଷେପ; ପଳାଶୁଣୀରେ ହେବ ୬ ଲେନ୍ ରାସ୍ତା

0
ଭୁବନେଶ୍ୱରରେ ପଦଯାତ୍ରୀ ସୁରକ୍ଷାକୁ ସୁଦୃଢ଼ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ଦୃଢ଼ ପଦକ୍ଷେପ ନେଇଛି । ପଳାଶୁଣୀରେ ଭିଡ଼ ନିୟନ୍ତ୍ରଣ ପାଇଁ ୪ ଲେନ ବିଶିଷ୍ଟ ଏନଏଚ-୧୬ କୁ ୬ ଲେନ୍ ବିଶିଷ୍ଟ କରାଯିବ। ଏ ନେଇ ଓଡ଼ିଶା ମୁଖ୍ୟ ବୀରେନ୍ଦ୍ର ସିଂଙ୍କ ସୂଚନା ଦେଇଛନ୍ତି ।
 
ଏହି ପ୍ରକଳ୍ପ ପାଇଁ ୨୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଦେଢ ବର୍ଷରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏହା ସହିତ ପଳାଶୁଣୀରେ ଭିଡ଼ ନିୟନ୍ତ୍ରଣ ପାଇଁ ଅନ୍ୟାନ୍ୟ ପଦକ୍ଷେପ ମଧ୍ୟ ନେଇଛି NHAI।
 
ଗତକାଲି, ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ଜାତୀୟ ରାଜପଥ-୧୬ ର ବ୍ୟସ୍ତବହୁଳ ପଳାସୁଣୀ-ରସୁଲଗଡ଼ ପାର୍ଶ୍ୱରେ ୫ ଶହ ମିଟର ସ୍କାଏୱାକ୍ ନିର୍ମାଣ ଘୋଷଣା କରିଛି । ଏହି ପ୍ରକଳ୍ପ ପାଇଁ ପ୍ରାୟ ୨୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଓଡ଼ିଶାରେ NHAI ଆଞ୍ଚଳିକ କାର୍ଯ୍ୟାଳୟ ସୂଚନା ଦେଇଛି ।
Leave A Reply

Your email address will not be published.