ନୂଆଦିଲ୍ଲୀ(ଆମ ଟିଭି): ଏନଆଇଏର ବଡ଼ ଆକ୍ସନ । ନ୍ୟାସନାଲ ଇନଭେଷ୍ଟିଗେଟିଂ ଏଜେନ୍ସି ବା ଏନଆଇଏ କାଶ୍ମୀରରେ ବଡ କାର୍ୟାନୁଷ୍ଠାନ ଗ୍ରହଣ କରିଛି । ଏନଆଇଏ ଆତଙ୍କବାଦୀ ସଂଗଠନ ଅଲ ଉମେରର ମୁଖ୍ୟ ତଥା ମୁଖ୍ୟ କମାଣ୍ଡର ମୁସ୍ତାକ ଅହମଦ ଜରଗରର ଶ୍ରୀନଗର ସ୍ଥିତ ସମ୍ପତ୍ତିକୁ ବ୍ୟାଜାପ୍ତି କରିଛି । ୧୯୯୯ ଡିସେମ୍ବର ମାସରେ ମସିହାରେ କାଠମାଣ୍ଡୁ ଠାରୁ ଭାରତୀୟ ବିମାନକୁ ଅପହରଣ କରାଯାଇଥିଲା ଓ ଏହି ବିମାନ ଅପହରଣ ମାମଲାରେ ମୁସ୍ତାକ ଅହମଦ ଜରଗରର କନେକ୍ସନ ରହିଥିଲା । ଭାରତୀୟ ବିମାନକୁ ଅପହରଣ କରିବା ପରେ ସେତେବେଳେ ଆତଙ୍କବାଦୀମାନେ ଏହାକୁ କାନ୍ଧାର ନେଇ ଯାଇଥିଲେ ଓ ଯାତ୍ରୀମାନଙ୍କୁ ଛାଡିବାକୁ ସେମାନେ କିଛି ଆତଙ୍କବାଦୀଙ୍କୁ ଭାରତୀୟ ଜେଲରୁ ମୁକୁଳାଇବାକୁ ଦାବି କରିଥିଲେ । ଏହି ଦାବି ଫଳରେ ଜୈଶ ଏ ମୋହମ୍ମଦର ମୁଖ୍ୟ ମସୁଦ ଆଝାର ସମେତ ମୁସ୍ତାକ ଅହମଦ ଜରଗରକୁ ମଧ୍ୟ ସେତେବେଳେ ଭାରତ ଛାଡିବାକୁ ବାଧ୍ୟ ହୋଇଥିଲା ।
ଏହି ଆତଙ୍କବାଦୀ ମୁସ୍ତାକ ଅହମଦ ଜରଗର ଭାରତୀୟ ଜେଲରୁ ମୁକୁଳିବା ପରେ ପାକିସ୍ତାନରେ ରହି ଆସୁଛି । ୧୯୮୯ ମସିହାରେ ତତ୍କାଳୀନ କେନ୍ଦ୍ରୀୟ ଗୃହ ମନ୍ତ୍ରୀ ମୁଫତି ମୋହମ୍ମଦ ସଇଦଙ୍କ ଝିଅ ରୁବିଆ ଅପହରଣ ମାମଲାରେ ମଧ୍ୟ ସେ ସାମିଲ ଥିଲା । ବର୍ତ୍ତମାନ ପାକିସ୍ତାନରେ ରହୁଥିବା ମୁସ୍ତାକ ଅହମଦ ଜରଗର କାଶ୍ମୀରର ରାଜଧାନୀ ଶ୍ରୀନଗରର ବାସିନ୍ଦା । ସେ ଶ୍ରୀନଗରର ନୌହଟ୍ଟା ଅଂଚଳର । ଏବେ ଏନଆଇଏ ଶ୍ରୀନଗରର ନୌହଟ୍ଟା ଅଂଚଳରେ ଥିବା ଘର ଓ ଅନ୍ୟ ସମ୍ପତିକୁ ଜବତ କରିଛି ।