ନୂଆଦିଲ୍ଲୀ (ଆମ ଟିଭି): ସାରା ଦେଶରେ ସକ୍ରିୟ ହେବ ଏନଆଇଏ । ଏନେଇ କେନ୍ଦ୍ର ସରକାର ନେବାକୁ ଯାଉଛନ୍ତି ବଡ଼ ପଦକ୍ଷେପ । ଦେଶର ସମସ୍ତ ରାଜ୍ୟରେ ୨୦୨୪ ସୁଦ୍ଧା ଜାତୀୟ ତଦନ୍ତକାରୀ ସଂସ୍ଥା – ଏନଆଇଏ’ର ଶାଖା କାର୍ୟ୍ୟାଳୟ ସ୍ଥାପନ ହେବ। ନବ ରାୟପୁରର ଅଟଳ ନଗର ଅଞ୍ଚଳରେ ଏନଆଇଏର ରାୟପୁର ଶାଖା କାର୍ୟ୍ୟାଳୟ ଭବନର ଉଦଘାଟନୀ ଉତ୍ସବରେ ଶାହା ଏହା କହିଛନ୍ତି। ଆଗାମୀ ଦିନରେ ଦେଶରେ ଏନଆଇଏ ତୃତୀୟ ଆତଙ୍କବାଦ ନିରୋଧୀ ନେଟୱର୍କରେ ପରିଣତ ହେବ ବୋଲି ସେ କହିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ବାମପନ୍ଥୀ ଉଗ୍ରବାଦର ମୁକାବିଲା କ୍ଷେତ୍ରରେ ସରକାର ସଫଳ ହୋଇଛନ୍ତି।
ଶ୍ରୀ ଶାହା କହିଛନ୍ତି, ୨୦୧୪ ପରେ ଏପର୍ୟ୍ୟନ୍ତ ୭୭ % ହିଂସା ହ୍ରାସ ପାଇଥିବା ବେଳେ ଏଥି ଜନିତ ମୃତ୍ୟୁ ସଂଖ୍ୟାରେ ୮୭ % ହ୍ରାସ ପାଇଛି। ୨୦୧୪ରେ ୧୧୩ଟି ଜିଲ୍ଲା ବାମପନ୍ଥୀ ଉଗ୍ରବାଦର ଶିକାର ଥିବା ବେଳେ ଏବେ ମାତ୍ର ୪୬ଟି ଜିଲ୍ଲା ବାମପନ୍ଥୀ ଉଗ୍ରବାଦର ଶିକାର ହେଉଥିବା ସେ କହିଛନ୍ତି। ଧାରା ୩୧୭ ଉଛେଦ ହେବା ପରେ ଜାମ୍ମୁ କାଶ୍ମୀରରେ ଶାନ୍ତିର ବାତାବରଣ ସ୍ଥାପନ ହୋଇଥିବା ଶ୍ରୀ ଶାହା କହିଛନ୍ତି।