ନୂଆଦିଲ୍ଲୀ (ଆମ ଟିଭି): ଜାମ୍ମୁ କାଶ୍ମୀରରୁ ଆରମ୍ଭ କରି ତାମିଲନାଡୁ ପର୍ୟ୍ୟନ୍ତ ଜାତୀୟ ଅନୁସନ୍ଧାନ ଏଜେନ୍ସି ଚଢାଉ ଜାରି ରଖିଛି। ସହରର ଅନେକ ସ୍ଥାନରେ ଏନଆଇଏ ଚଢାଉ କରୁଛି। ଆସାମର ଗୌହାଟୀରେ ମଧ୍ୟ ଏହି ଚଢାଉ ଚାଲିଛି।ନକଲି ଦଲିଲ ମାମଲାରେ ଏନଆଇଏ ଅଧିକାରୀ ଗୌହାଟୀରେ ଚଢାଉ କରୁଛନ୍ତି। ମୋଟ ୧୦ ଟି ରାଜ୍ୟରେ ଏନଆଇଏ ଚଢାଉ କରୁଛି। ମାନବ ଚାଲାଣ ସହ ଜଡିତ ମାମଲାଗୁଡ଼ିକ ଉପରେ ଏହି ପଦକ୍ଷେପ ନିଆଯାଉଛି। ନ୍ୟୁଜ୍ ଏଜେନ୍ସି ଏଏନଆଇ ଅନୁଯାୟୀ ମାନବ ଚାଲାଣ ମାମଲାରେ ଏନଆଇଏ ଦ୍ୱାରା ଚଢାଉ କରୁଥିବା ରାଜ୍ୟଗୁଡ଼ିକ ମଧ୍ୟରେ ତ୍ରିପୁରା,ଆସାମ,ପଶ୍ଚିମବଙ୍ଗ,କର୍ଣ୍ଣାଟକ, ତାମିଲନାଡୁ, ତେଲେଙ୍ଗାନା, ହରିୟାଣା, ପୁଡୁଚେରୀ, ରାଜସ୍ଥାନ ଏବଂ ଜାମ୍ମୁ କାଶ୍ମୀର ରହିଛି।
ଏହି ରାଜ୍ୟଗୁଡିକ ମଧ୍ୟରୁ ଅଧିକାଂଶ ଏପରି ଯେ ସେମାନଙ୍କର ସୀମା ପଡୋଶୀ ଦେଶ ସହିତ ଅଛି। ତ୍ରିପୁରା, ପଶ୍ଚିମବଙ୍ଗ, ଆସାମ ବାଂଲାଦେଶ ସହିତ ସେମାନଙ୍କର ସୀମା ମିଶିଥିବାବେଳେ ଜାମ୍ମୁ କାଶ୍ମୀର ପଡୋଶୀ ଦେଶ ପାକିସ୍ଥାନ ସହିତ ଏହାର ସୀମା ମିଶିଛି ।