ISIS ଲିଙ୍କ ଘଟଣାରେ ୨ ରାଜ୍ୟରେ NIAର ଚଢ଼ାଉ

0

ନୂଆଦିଲ୍ଲୀ(ଆମ ଟିଭି): ISIS ଲିଙ୍କ ଘଟଣାରେ ଦୁଇ ରାଜ୍ୟର NIAର ଏକକାଳୀନ ଚଢ଼ାଉ କରିଛି । ମହାରାଷ୍ଟ୍ର ଓ କର୍ଣ୍ଣାଟକର ବିଭିନ୍ନ ସ୍ଥାନରେ ଚଢାଉ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ । ବର୍ତ୍ତମାନ ସୁଦ୍ଧା ଆଜି ୧୩ ଜଣ ଗିରଫ ହୋଇଥିବା ଜଣାପଡିଛି ।

ମହାରାଷ୍ଟ୍ର ପୁଣେରୁ ୧୩ ଜଣଙ୍କୁ ଗିରଫ କରାଯାଇଛି । ଦୁଇ ରାଜ୍ୟର ୪୪ଟି ସ୍ଥାନରେ ଏନଆଇଏ ରେଡ୍ କରୁଛି । ସ୍ଥାନୀୟ ପୋଲିସ ସହାୟତାରେ ଚାଲିଛି ରେଡ୍ । କର୍ଣ୍ଣାଟକର ଗୋଟିଏ ସ୍ଥାନ, ପୁଣେର ଦୁଇଟି ଓ ଠାଣେ ଗ୍ରାମାଂଚଳର ୩୧ଟି ସ୍ଥାନରେ ରେଡ୍ ଚାଲିଛି । ଠାଣେ ସହରରେ ୯ଟି ସ୍ଥାନ ସହ ଭୟାନ୍ଦରରେ ଗୋଟିଏ ସ୍ଥାନରେ ଚଢ଼ାଉ ।

Leave A Reply

Your email address will not be published.