ଭୁବନେଶ୍ୱର ଛତାବର ସ୍ଥିତ ନିସ୍ ଇନଷ୍ଟିଟ୍ୟୁଟ୍ ଅଫ ଇଞ୍ଜିନିଅରିଂ ଆଣ୍ଡ ଟେକ୍ନୋଲୋଜିର ବାର୍ଷିକ ଉତ୍ସବ ପ୍ରତିଭା ୨୦୨୬ ମହାସମାରୋହରେ ପାଳିତ ହୋଇଯାଇଛି l ଉକ୍ତ ଉତ୍ସବରେ “CSIR -IMMT” ର ମୁଖ୍ୟ ବୈଜ୍ଞାନିକ ଡକ୍ଟର ନବୀନ କୁମାର ଧଳ ମୁଖ୍ୟ ଅତିଥି, IBM, ବାଙ୍ଗାଲୋରର ମୁଖ୍ୟ ଶ୍ରୀ ବିଭୁଦତ୍ତ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନେ ବୈଷୟିକ ଶିକ୍ଷା ଗ୍ରହଣ କରି କିପରି ଉନ୍ନତ ଭବିଷ୍ୟତ ଗଠନ କରିବା ସହିତ ଦେଶ ବିଦେଶ ରେ ସୁନାମ ଅର୍ଜନ କରି ପାରିବେ ତାହା ତାଙ୍କ ବକ୍ତବ୍ୟ ମାଧ୍ୟମରେ ପ୍ରକାଶ କରିଥିଲେ l ଶିକ୍ଷାନୁଷ୍ଠାନ ର ଚେୟାରମ୍ୟାନ ଡକ୍ଟର ସୁଭାଷ ଚନ୍ଦ୍ର ନାୟକ ଦୀର୍ଘ ୨୬ ବର୍ଷର ଅନୁଭୂତି ସମ୍ପର୍କ ରେ ବକ୍ତବ୍ୟ ପ୍ରଦାନ କରିବା ସହିତ ଛାତ୍ରଛାତ୍ରୀ ଓ ଶିକ୍ଷାନୁଷ୍ଠାନ ର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ l
ଏହି ଉତ୍ସବରେ ଶିକ୍ଷାନୁଷ୍ଠାନ ର ସହ ପ୍ରତିଷ୍ଠାତ୍ରୀ ପ୍ରଫେସର ସ୍ମୃତିସୁଧା ନାୟକ, ଟ୍ରଷ୍ଟି ଶ୍ରୀଯୁକ୍ତ ସାଇ ସମ୍ବିତ ନାୟକ, ଡାଇରେକ୍ଟଟର ଡକ୍ଟର ଅଜିତ ଖଟୁଆ, ଅଧ୍ୟକ୍ଷ ଡକ୍ଟର ହିମାଂଶୁ ଶେଖର ମହାରଣା, ଉପାଧ୍ୟକ୍ଷ ପ୍ରଫେସର ମୃତ୍ୟୁଞ୍ଜୟ ସେନାପତି, ଉପଦେଷ୍ଟା ଶ୍ରୀଯୁକ୍ତ ଲୋକନାଥ ଓଝା ଓ ପ୍ରଫେସର ସଚ୍ଚିକାନ୍ତ ପ୍ରଧାନ ଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ l ପରିଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପରିବେଶିତ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଡିଜେ ଡ୍ୟାନ୍ସ ଗ୍ରୁପ କଳାକାର ମାନଙ୍କ କାର୍ଯ୍ୟକ୍ରମ ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇଥିଲା ବୋଲି ପ୍ରଶାସନିକ ଅଧିକାରୀ ପିତାମ୍ବର ଚୟନୀ ପ୍ରକାଶ କରିଛନ୍ତି l