ନିସ୍ ଇନ୍ଷ୍ଟିଚ୍ୟୁଟ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ବାର୍ଷିକ ଉତ୍ସବ-ପ୍ରତିଭା ୨୦୨୫ ଉଦ୍ଯାପିତ
ନିସ୍ ଶିକ୍ଷାନୁଷ୍ଠାନର ରୌପ୍ୟ ଜୟନ୍ତୀ ଉପଲକ୍ଷେ ଏହାର ଦ୍ଵିତୀୟ ଇଞ୍ଜିନିୟରିଂ କ୍ୟାମ୍ପସ୍ ଛତାବରସ୍ଥିତ ନିସ୍ ଇନ୍ଷ୍ଟିଚ୍ୟୁଟ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ବାର୍ଷିକ ଉତ୍ସବ ପ୍ରତିଭା ୨୦୨୫ ମହା ସମାରୋହରେ ଉଦଯାପିତ ହୋଇଯାଇଅଛି । ଉକ୍ତ ଉତ୍ସବରେ ପୂର୍ବତନ ଇଞ୍ଜିନିୟର ଇନ୍ ଚିଫ୍ ଇଂ ଅଶ୍ବିନୀ କୁମାର ଦାସ ମୁଖ୍ୟ ଅତିଥି, ବୀର ସୁରେନ୍ଦ୍ର ସାଏ ୟୁନିଭରସିଟିର ପୂର୍ବତନ ପ୍ରଫେସର ଡକ୍ଟର ବି. ବି. ପାଣି ମୁଖ୍ୟବକ୍ତା ଓ ଖୋର୍ଦ୍ଧାର ପୂର୍ବତନ ବିଧାୟକ ତଥା ପ୍ରେରଣା ଫାଉଣ୍ଡେସନ ଟ୍ରଷ୍ଟର ମୁଖ୍ୟ ଡକ୍ଟର ଦିଲ୍ଲୀପ କୁମାର ଶ୍ରୀଚନ୍ଦନ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସେମାନଙ୍କର ସାରଗର୍ଭକ ମତବ୍ୟକ୍ତ କରିଥିଲେ । ନିସ୍ ଶିକ୍ଷାନୁଷ୍ଠାନର ଚେୟାରମ୍ୟାନ ଡକ୍ଟର ସୁଭାଷ ଚନ୍ଦ୍ର ନାୟକ ସ୍ବାଗତ ଭାଷଣ ଦେବା ସହିତ ଛାତ୍ରଛାତ୍ରୀମାନେ ଇଞ୍ଜିନିୟରିଂ ଶିକ୍ଷା ଗ୍ରହଣ କରି କିପରି ଉଜ୍ଜଳ ଭିବିଷ୍ୟତ ଗଠନ କରିପାରିବେ ତାହା ତାଙ୍କ ବକ୍ତବ୍ୟ ମାଧ୍ୟମରେ ପ୍ରକାଶ କରିଥିଲେ । ଶିକ୍ଷାନୁଷ୍ଠାନର ସହ-ପ୍ରତିଷ୍ଠାତ୍ରୀ ପ୍ରଫେସର ସ୍ମୃତିସୁଧା ନାୟକ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନରେ ଉନ୍ନତ ଶିକ୍ଷା ଲାଭ କରି କିପରି ଛାତ୍ରଛାତ୍ରୀମାନେ ନିଯୁକ୍ତି ଭିତ୍ତିକ ଶିକ୍ଷା ଲାଭ କରିବା ସହ ଦେଶ ବିଦେଶରେ ନିଯୁକ୍ତି ପାଇ ପରିବେ ତାହା ପ୍ରକାଶ କରିଥିଲେ ଏବଂ ବାର୍ଷିକ ଉତ୍ସବ ସଭାରେ ଧନ୍ୟବାଦ ଜ୍ଞାପନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଡକ୍ଟର ଦେବବ୍ରତ ରଥ, ଆଡଭାଇଜର ଶ୍ରୀଯୁକ୍ତ ଲୋକନାଥ ଓଝା, ଉପାଧ୍ୟକ୍ଷ ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ ସେନାପତିଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ଛାତ୍ରଛାତ୍ରୀମାନଙ୍କ ଦ୍ବାରା ପରିବେଷିତ ନୃତ୍ୟ, ସଙ୍ଗୀତ, ରଙ୍ଗୋଲି ଓ ବିଭିନ୍ନ ବିଭାଗର ବକ୍ତୃତା ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ପରିଶେଷରେ ପ୍ରିନ୍ସ ଡ୍ୟାନ୍ସ ଗୃପ୍ର କଳାକାରମାନଙ୍କ ଦ୍ଵାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇଥିଲା ବୋଲି ପ୍ରଶାସନିକ ଅଧୁକାରୀ ପିତାମ୍ବର ଚୟନୀ ପ୍ରକାଶ କରିଅଛନ୍ତି ।