ନୀତିଶ ପ୍ରଶାନ୍ତ ମୁହାଁମୁହିଁ

0

ପାଟନା: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ପାଟନାରେ ଭେଟିଥିଲେ। ତାଙ୍କର ଏଭଳି ସାକ୍ଷାତକାର ପରେ ନୀତୀଶ କୁମାର ତାଙ୍କୁ ପଦବୀର ଲୋଭ ଦେଖାଇଥିବା କହିଥିଲେ ପ୍ରଶାନ୍ତ କିଶୋର। ତାଙ୍କର ଏଭଳି ଦାବିକୁ ନେଇ ଆଜି ମୁଁ ଖୋଲିଛନ୍ତି ନୀତୀଶ କୁମାର। ସେ କହିଛନ୍ତି ଯେ, ତାଙ୍କ କଥାକୁ ବିଶ୍ବାସ କରନ୍ତୁ ନାହିଁ। ସେ କିଛି ବି କୁହନ୍ତି।

ଯେତେବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ପ୍ରଶାନ୍ତ କିଶୋରଙ୍କ ଦାବିକୁ ନେଇ ପ୍ରଶ୍ନ ପଚରାଗଲା ସେତେବେଳେ ଏହା ଉପରେ ନୀତୀଶ କୁମାର କହିଥିଲେ ଯେ ଏହା ସମ୍ପୂର୍ଣ୍ଣ ଭୁଲ ଅଟେ। ପ୍ରଶାନ୍ତ କିଶୋରଙ୍କୁ ମୁଁ କୌଣସି ଅଫର ଦେଇ ନାହିଁ। ସେ ସବୁବେଳେ ଏଭଳି ଦାବି କରନ୍ତି। ତାଙ୍କର ଯାହା ଇଚ୍ଛା ସେ କୁହନ୍ତୁ। ସବୁବେଳେ ତାଙ୍କ କଥାକୁ ନେଇ ମୁଁ କ’ଣ ପ୍ରତିକ୍ରିୟା ରଖିବି। ସେ ହିଁ ୪-୫ବର୍ଷ ତଳେ ଆସି କଂଗ୍ରେସରେ ଜେଡିୟୁକୁ ମିଶାଇବା କଥା କହିଥିଲେ। ଏବେ ସେ ବିଜେପି ସହ ହାତ ମିଶାଇ ଏଭଳି ମିଛ ଦାବି କରୁଛନ୍ତି।

Leave A Reply

Your email address will not be published.