ନୀତିଶ କହିଲେ ଯେ ପିଇବ ସେ ମରିବ

0

ପାଟନା: ମଦ ବ୍ୟାନ ବିହାରରେ ବିଷାକ୍ତ ମଦ ମୃତ୍ୟୁ ଘଟଣା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ସାରନ ଜିଲ୍ଲାରେ ବିଷାକ୍ତ ମଦ ଇତି ମଧ୍ୟରେ ୩୯ ଜଣଙ୍କ ଜୀବନ ନେଇ ସାରିଲାଣି। ସେହିପରି ଅନେକ ଲୋକ ଅସୁସ୍ଥ ହୋଇ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାକୁ ନେଇ ପୂରା ବିହାରରେ ହଇଚଇ ଦେଖାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବଡ଼ ବୟାନ ଦେଇଛନ୍ତି।

ବିଷାକ୍ତ ମଦ ପିଇ ପ୍ରାଣ ହରାଇଥିବା ଲୋକଙ୍କୁ ସରକାର କ୍ଷତି ପୂରଣ ଦେବାର ବ୍ୟବସ୍ଥା କରିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କିନ୍ତୁ ବିରକ୍ତି ପ୍ରକାଶ କରିଛନ୍ତି। ଯିଏ ମଦ ପିଇବେ, ସେ ତ ମରିବ ନା। ଉଦାହରଣ ସମସ୍ତଙ୍କ ଆଗରେ ରହିଛି। ପିଇବ ତ ମରିବ ବୋଲି ନୀତୀଶ କୁମାର କହିଛନ୍ତି।

ବିଷାକ୍ତ ମଦ ମୃତ୍ୟୁ ଘଟଣାକୁ ନେଇ ବିରୋଧୀଙ୍କ ଟାର୍ଗେଟରେ ଥିବା ନୀତୀଶ କୁମାରଙ୍କୁ ଆଜି ସମ୍ଭାବ୍ୟ କ୍ଷତିପୂରଣ ସମ୍ପର୍କରେ ପଚରା ଯାଇଥିଲା। ଏହାର ଜବାବରେ ସେ କହିଛନ୍ତି, “ଗତଥର ଯେତେବେଳେ ଲୋକେ ବିଷାକ୍ତ ମଦ ପିଇ ପ୍ରାଣ ହରାଇଥିଲେ କିଛି ଜଣ କ୍ଷତିପୂରଣ ଦେବାକୁ କହିଥିଲେ। କିନ୍ତୁ ସମସ୍ତଙ୍କୁ ମନେ ରଖିବାକୁ ପଡ଼ିବ ଯେ ଯଦି କେହି ମଦ ପିଇବେ, ତ’ହେଲେ ସେମାନେ ପ୍ରାଣ ହରାଇବେ। ଉଦାହରଣ ଭାବେ ଆପଣ ସବୁ କିଛି ଦେଖୁଛନ୍ତି। ବିହାରରେ ମଦ ବ୍ୟାନ ହୋଇଛି। ଆଇନକୁ କାର୍ଯ୍ୟକାରୀ କରିବାକୁ ସମସ୍ତଙ୍କୁ ସତର୍କ କରାଯାଉଛି।

Leave A Reply

Your email address will not be published.