ଲିପିକା ସମ୍ବିତଙ୍କ ନୀଳ ନୟନା
ସୁଟିଂ ଚାଲିଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ତୁ “ସେଇ ନୀଳ ନୟନା”।
ଡ୍ରାମା ର ୫୦ପ୍ରତିଶତ ସହ ଗୀତ ମଧ୍ୟ ସୁଟିଂ ଯୋରଦାରରେ ଚାଲିଛି।
ନୃତ୍ୟ ନିର୍ଦ୍ଦେଶକ ସୁଧାକର ବସନ୍ତଙ୍କ ବଳିଷ୍ଠ ନିର୍ଦ୍ଦେଶନା ରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଗୀତ ଗୁଡ଼ିକ ସୁଟିଂ ଚାଲିଛି। ଦୁଇଟି ଗୀତ ର ଦୃଶ୍ୟାୟନ ହାଇଦ୍ରାବାଦ ର ରାମୋଜୀ ଫିଲ୍ମ ସିଟିରେ ସୁଟିଂ ହେବ ବୋଲି କ୍ରିଏଟିଭ ହେଡ୍ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି। ଚଳଚ୍ଚିତ୍ର ର ପ୍ରଯୋଜନା କରୁଛନ୍ତି ସଚ୍ଚିକାନ୍ତ ଜେନା ଓ ବିନି ପଟ୍ଟନାୟକ। ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ତ୍ରିପତି ସାହୁ। ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ଡଃ ରଜନୀରଞ୍ଜନ। ସଂଗୀତ ନିର୍ଦ୍ଦେଶନା ଦାୟିତ୍ଵ ରେ ଅଛନ୍ତି ପ୍ରେମାନନ୍ଦ। ଏଥିରେ ପିଣ୍ଟୁ ନନ୍ଦ,ପୃଥୀରାଜ,ଆଲିସା,ଅମର, ପ୍ରତିଭା ପଣ୍ଡା, ଜୀବନ ପଣ୍ଡା,ଜୟପ୍ରକାଶ , ମଣି, ବିଶାଲ,ଜ୍ୟୋତି, ପ୍ରଦ୍ୟୁମ୍ନ ଲେଙ୍କା ପ୍ରମୁଖ ବିଭିନ୍ନ ଭୂମିକାରେ ଅଭିନୟ କରୁଛନ୍ତି।