କେରଳରେ ନିପା ଭାଇରସ୍ ଆତଙ୍କ: ଆଲର୍ଟରେ ସରକାର

0

ନୂଆଦିଲ୍ଲୀ (ଆମ ଟିଭି): ସାରା ଦେଶରେ ବଢୁଛି ନିପା ଭାଇରସ୍ ଆତଙ୍କ । ବୁଧବାର କେରଳରେ ଆଉ ଜଣେ ନିପା ସଂକ୍ରମିତ ରୋଗୀ ଚିହ୍ନଟ ହେବା ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢିବାରେ ଲାଗିଛି। ଏହା ସହ ରାଜ୍ୟରେ ନିପା ରୋଗୀଙ୍କ ସଂଖ୍ୟା ପାଞ୍ଚକୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଭୀନା ଜର୍ଜ କହିଛନ୍ତି ଯେ ସଂକ୍ରମଣ ବିସ୍ତାରକୁ ରୋକିବା ପାଇଁ ରାଜ୍ୟ ସରକାର କଣ୍ଟେଣ୍ଟମେଣ୍ଟ ଜୋନ୍ ସୃଷ୍ଟି କରିଛନ୍ତି। ରୋଗୀଙ୍କ ସମ୍ପର୍କରେ ଆସିଥିବା ପ୍ରାୟ ୭୦୦ ଲୋକଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ସେଥିମଧ୍ୟରୁ ୭୭ ଜଣଙ୍କୁ ରିସ୍କ କ୍ୟାଟେଗୋରୀରେ ରଖାଯାଇଛି ।

ନିପା ଭାଇରସ ସଂକ୍ରମଣ ଯୋଗୁଁ ରାଜ୍ୟରେ ଦୁଇ ରୋଗୀଙ୍କ ମୃତ୍ୟୁ ମଧ୍ୟ ହୋଇଛି। ସଂକ୍ରମଣ ମଧ୍ୟ ସାରା ରାଜ୍ୟରେ ବ୍ୟାପିବାର ଆଶଙ୍କା ରହିଛି ବୋଲି ମନ୍ତ୍ରୀ ଆଶଙ୍କା ବ୍ୟକ୍ତ କରିଛନ୍ତି। ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ଅନେକ ପଦକ୍ଷେପ ନେଇଛି। ରିସ୍କ କ୍ୟାଟେଗୋରୀରେ ରଖାଯାଇଥିବା ଲୋକଙ୍କୁ ଘରୁ ବାହାରକୁ ନ ଯିବାକୁ କୁହାଯାଇଛି।

ପର୍ବ ଏବଂ କାର୍ୟ୍ୟକ୍ରମ ଉପରେ ପ୍ରତିବନ୍ଧକ

ଲୋକଙ୍କୁ ସେହି ମାର୍ଗ ବିଷୟରେ ଅବଗତ କରାଯାଇଛି ଯେଉଁଥିରେ ଦୁଇଜଣ ରୋଗୀ ପ୍ରାଣ ହରାଇଛନ୍ତି ଯାହା ଦ୍ୱାରା ଅନ୍ୟ ଲୋକମାନେ ସେହି ମାର୍ଗ ବ୍ୟବହାର ନକରନ୍ତି। କୋଜିକୋଡେ ଜିଲ୍ଲାରେ ସର୍ବସାଧାରଣ ପର୍ବ ଏବଂ ଅନ୍ୟାନ୍ୟ କାର୍ୟ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗାଯାଇଛି। କୋଜିକୋଡେ ଜିଲ୍ଲାର ୯ ଟି ପଞ୍ଚାୟତର ୫୮ ଟି ୱାର୍ଡକୁ କଣ୍ଟେଣ୍ଟମେଣ୍ଟ ଜୋନ୍ କରାଯାଇଛି । ଏଠାରେ କେବଳ ଜରୁରୀକାଳୀନ ସେବାକୁ ଅନୁମତି ଦିଆଯାଇଛି। ଜରୁରୀକାଳୀନ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ କରୁଥିବା ଦୋକାନଗୁଡିକ ସକାଳ ୭:୦୦ ରୁ ୫:୦୦ ପର୍ୟ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯାଇଛି । ଫାର୍ମାସି ଏବଂ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ କୌଣସି ସମୟ ସୀମା ନାହିଁ ।

Leave A Reply

Your email address will not be published.