ନୂଆଦିଲ୍ଲୀ (ଆମ ଟିଭି): ମୋଦୀ ସରକାରଙ୍କ ବିରୁଦ୍ଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ନେଇ ଉଠୁଛି ପଡ଼ୁଛି ସଂସଦ । ଏହାରି ଭିତରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କଂଗ୍ରେସ ସମେତ ବିରୋଧୀ ଦଳର ନେତାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, କଂଗ୍ରେସ ସ୍ବପ୍ନ ଦେଖାଉଥିଲା ଏବଂ ଭାରତୀୟ ଜନତା ପାଟର୍ଇ୯ଭାଜପା)ଏହି ସ୍ବପ୍ନକୁ ପୂରଣ କରୁଛି, ଏହା ହେଉଛି ଆମ ଏବଂ ତୁମ ମଧ୍ୟରେ ପାର୍ଥକ୍ୟ। ସୀତାରମଣ କହିଛନ୍ତି, ‘୨୦୧୩ରେ ମୋର୍ଗାନ ଷ୍ଟେନଲି ଭାରତକୁ ବିଶ୍ୱର ପାଞ୍ଚଟି ଦୁର୍ବଳ ଅର୍ଥନୀତି ତାଲିକାରେ ଅନ୍ତର୍ଭୁକ୍ତ କରିଥିଲେ।
ଭାରତକୁ ଏକ ଦୁର୍ବଳ ଅର୍ଥନୀତି ଘୋଷଣା କରାଯାଇଥିଲା। ଆଜି ସେହି ମୋର୍ଗାନ ଷ୍ଟେନଲି ଭାରତକୁ ଅପଗ୍ରେଡ କରି ଏକ ଉଚ୍ଚ ରେଟିଂକୁ ଉନ୍ନୀତ କରିଛି। ଆମ ସରକାରଙ୍କ ନୀତି ଯୋଗୁଁ ମାତ୍ର ୯ବର୍ଷ ମଧ୍ୟରେ ଅର୍ଥନୀତି ଉନ୍ନତ ହୋଇଥିଲା ଏବଂ କୋଭିଡ ସତ୍ତ୍ୱେ ଅର୍ଥନୈତିକ ଅଭିବୃଦ୍ଧି ଘଟିଥିଲା। ଆଜି ଭାରତ ହେଉଛି ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି।