ଜେଡିୟୁରେ ଦେଲେ ଯୋଗଦେଲେ ନିଶାନ୍ତ କୁମାର
ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସଭାପତି ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାର(୫୦) ଆଜି ଆନୁଷ୍ଠାନିକ ଭାବରେ ଦଳରେ ଯୋଗ ଦେଇଛନ୍ତି। ତାଙ୍କ ପିତା ଦୁଇ ଦଶନ୍ଧିରୁ ଅଧିକ ସମୟ ମୁଖ୍ୟମନ୍ତ୍ରୀ ରହିବା ପରେ ରାଜ୍ୟସଭାକୁ ଯିବାକୁ ପ୍ରସ୍ତୁତ ହେଉଥିବା ବେଳେ ନିଶାନ୍ତ ତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ କରୁଛନ୍ତି। ନୀତିଶ କୁମାର ମାର୍ଚ୍ଚ ୧୬ ତାରିଖରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
ରାଜ୍ୟସଭାରେ ଯୋଗ ଦେବା ପରେ ବିହାର ମୁଖ୍ୟମନ୍ତ୍ରୀ ପଦ ବିଜେପିକୁ ଯିବା ନେଇ ଚର୍ଚ୍ଚା ହେଉଛି। ରାଜନୈତିକ ମହଲରେ ଏହା ମଧ୍ୟ ଆଲୋଚନା ହେଉଛି ଯେ ନୀତିଶ କୁମାରଙ୍କ ପୁଅ ନିଶାନ୍ତ ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ ତାଙ୍କୁ ରାଜ୍ୟର ଉପମୁଖ୍ୟମନ୍ତ୍ରୀ କରାଯାଇପାରେ। ନିଶାନ୍ତଙ୍କ ଯୋଗଦାନ ଉତ୍ସବରେ ଦଳର ବରିଷ୍ଠ ସଦସ୍ୟମାନେ ଯୋଗ ଦେଇଥିଲେ। ଏହି ଅବସରରେ ନିଶାନ୍ତ କହିଥିଲେ, ‘ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ଆପଣମାନେ ମୋ ଉପରେ ଯେଉଁ ବିଶ୍ୱାସ ରଖିଛନ୍ତି, ମୁଁ ତାହା ପୁରା କରିବାକୁ ଚେଷ୍ଟା କରିବି।