ନୀତିନ ନବୀନ ହେଲେ ବିଜେପିର ନୂଆ କାର୍ଯ୍ୟକାରୀ ସଭାପତି

0

ନୂଆଦିଲ୍ଲୀ (ଆମ ଟିଭି): ନୂଆ କାର୍ଯ୍ୟକାରୀ ସଭାପତିଙ୍କ ନାଁ ଘୋଷଣା କଲା ବିଜେପି । ନୀତିନ ନବୀନଙ୍କ ନାଁରେ ମୋହର ମାରିଛି ବିଜେପି । ବିହାର ସରକାରଙ୍କ ମନ୍ତ୍ରୀ ନିତିନ ନବୀନଙ୍କୁ ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତ କରିଛି । ସରକାରୀ ଏବଂ ସାଂଗଠନିକ ଦକ୍ଷତା ନୀତିନ ନବୀନଙ୍କ ପାଖରେ ରହିଛି । ଏହି ନିଯୁକ୍ତି ତତ୍କାଳ ପ୍ରଭାବରୁ କାର୍ଯ୍ୟକାରୀ ହେଉଛି । ଦଳର ଶୀର୍ଷ ନେତୃତ୍ୱ ତାଙ୍କ ସାଂଗଠନିକ କ୍ଷମତା, ନିର୍ବାଚନୀ ରଣନୀତି, ପ୍ରଶାସନିକ ଅଭିଜ୍ଞତାକୁ ବିଚାରକୁ ନେଇ ତାଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି । ସେ ବିଜେପି ନେତା ନବୀନ କିଶୋର ସିହ୍ନାଙ୍କ ପୁଅ। ସେ ବର୍ତ୍ତମାନ ବିହାର ସରକାରରେ ମନ୍ତ୍ରୀ ରହିଛନ୍ତି ।

ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂହ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ ଦଳ ନିତିନ ନବୀନଙ୍କୁ ନୂତନ ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବରେ ନିଯୁକ୍ତ କରିଛି । ଏହି ନିଯୁକ୍ତିକୁ ବିହାର ଏବଂ ଜାତୀୟ ରାଜନୀତିରେ ବିଜେପିର ଏକ ବଡ଼ ରଣନୀତି ଭାବରେ ଦେଖାଯାଉଛି । ଦଳର ନେତୃତ୍ୱ ତାଙ୍କ ସାଂଗଠନିକ ଅଭିଜ୍ଞତା, ତୃଣମୂଳ ସ୍ତରର ଉପସ୍ଥିତି ଏବଂ ପ୍ରଶାସନିକ ଦକ୍ଷତାକୁ ସ୍ୱୀକୃତି ଦେଇ ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଛନ୍ତି । ଏହି ନିଯୁକ୍ତି ଭାରତୀୟ ଜନତା ପାର୍ଟିର ସଂସଦୀୟ ବୋର୍ଡ ଦ୍ୱାରା କରାଯାଇଛି । ଏହି ଆଦେଶ ସ୍ପଷ୍ଟ କରୁଛି ଯେ ବର୍ତ୍ତମାନ ବିହାର ସରକାରଙ୍କ ମନ୍ତ୍ରୀ ନିତିନ ନବୀନ ଏବେ ଜାତୀୟ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ଦାୟିତ୍ୱ ଗ୍ରହଣ କରିବେ ।

Leave A Reply

Your email address will not be published.